ବାଣ ଭିଡୁଥିବା ବେଳେ ଅଘଟଣ, ବାପ ମୃତ ଓ ପୁଅ ଗୁରୁତର

0

ଗୋପ:ଗୋପ ଥାନା ନୟାହାଟ ଫାଣ୍ଡି ଅଧିନ ପିଣ୍ଡଳ ଗ୍ରାମରେ ବାଣ ଭିଡୁଥିବା ବେଳେ ଅଘଟଣ ଘଟି ବାପର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ନୟାହାଟ ଫାଣ୍ଡି ଅଧିନ ପିଣ୍ଡଳ ଗ୍ରାମର ରଞ୍ଜିତ ବିଶ୍ୱାଳ(୫୪) ଓ ତାଙ୍କ ପୁଅ ବାପି ବିଶ୍ୱାଳ (୨୬) ତାଙ୍କ ଛାତ ଉପର ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଏତେ ତୀବ୍ରତର ଥିଲା ଯେ ସିଡ଼ି ଘର ଆଜବେଷ୍ଟ  ଉଡିଯିବ ସହ ବାପ ରଞ୍ଜିତ ବିଶ୍ୱାଳ (୫୪) ପୁଅ ବାପି ବିଶ୍ୱାଳ (୨୬) ଗୁରୁତର ଆହତ ହୋଇଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚାରିଛକ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ବାପ ରଞ୍ଜିତଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ପୁଅ ବାପିର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ  ପାଣି ପକାଇ ଅଧାଫୁଟା ବାଣ ଗୁଡିକ ନିସକ୍ରିୟ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ୨ଘଣ୍ଟା ବିଳମ୍ବରେ ପହଞ୍ଚିବା ନେଇ ଉତ୍ତେଜନା ଲାଗିରହିଛି।

Leave A Reply