ପଞ୍ଚାୟତ କାର୍ଯ୍ୟାଳୟ ଉପରକୁ ମାଓବାଦୀଙ୍କ ବୋମା ମାଡ

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ବ୍ଲକର ଟେମୁରପାଲି ପଞ୍ଚାୟତ କାର୍ଯ୍ୟାଳୟ ଉପରକୁ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀମାନେ ବୋମା ମାଡ କରିଛନ୍ତି। ବୋମା ମାଡରେ ପଞ୍ଚାୟତ କାର୍ଯ୍ୟାଳୟଟି ନଷ୍ଟ ହୋଇଯାଇଥିବା ଜଣାପଡିଛି।

ତେବେ ମିଥ୍ୟା ଏନକାଉଣ୍ଟର ଓ ଗିରଫଦାରୀ ଭଳି କାର୍ଯ୍ୟକଳାପକୁ ବିରୋଧ କରି ମାଓବାଦୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଧ୍ବଂସ କରିଥିବା ମାଓପୋଷ୍ଟରରୁ ଜଣାପଡିଛି। ମାଓବାଦୀମାନେ ସେଠାରେ ଥିବାର ସନ୍ଦେହ କରି ବିଏସଏଫ୍ ଯବାନମାନେ ତଲାସି ଆରମ୍ଭ କରିଛନ୍ତି।

Comments are closed.