ବସ୍ତିରେ ବିସ୍ଫୋରଣ: ଜଣେ ମୃତ , ଦୁଇ ଗୁରୁତର

0

ରାଉରକେଲା: ରାଉରକେଲାରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ଦୁଇଜଣ ଗୁରୁତର ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି। ମଧୂସୂଦନପାଲ୍ଲୀ ତେଲୁଗୁ ବସ୍ତିରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ନିଆଁ ଆଖପାଖ ୧୦ଟି ଘରକୁ ବ୍ୟାପି ଯାଇଛି। ଏଥିରେ ଅନେକ ବ୍ୟକ୍ତି ଆହତ ହୋଇଥାନ୍ତି ପାରନ୍ତି ବୋଲି ଅନୁମାନ କରାଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ଗୁରୁତରଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଜବାହର ଶ୍ରୀବାସ୍ତବ ବସ୍ତିରେ ଏକ ବାଣ ଗୋଦାମ କରିଥିଲେ। ତଳ ଘରେ ସେ ରହୁଥିଲେ। ତେବେ କୌଣସି କାରଣ ବଶତଃ ବାଣରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ତାଙ୍କ ଘରର ଛାତ ସମ୍ପୂର୍ଣ୍ଣ ଉଡିଯାଇଛି।

Leave A Reply