ବିସ୍ଫୋରଣରେ ଜଣେ ଯବାନ ଗୁରୁତର

0

ମାଲକାନଗିରି : ସୁକମା ଜଙ୍ଗଲରେ ସର୍ଚ ଅପରେସନ ଚାଲିଥିବା ସମୟରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ତାଙ୍କ ନାମ ହେଉଛି ମାଧବୀ ସୁକ୍କା। ତାଙ୍କର ଦୁଇ ଗୋଡରେ ଗଭୀର କ୍ଷତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଚିନ୍ତାଗୁଫା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ହେଲିକପ୍ଟର ଯୋଗେ ରାୟପୁରସ୍ଥିତ ରାମକ୍ରିଷ୍ଣ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଅପରାହ୍ନ ୧.୩୦ ସମୟରେ ଏହି ବିସ୍ଫୋରଣ ଘଟିଥିଲା।

Leave A Reply