ଅସହାୟଙ୍କୁ ‘ସମାଜ’ ରିଲିଫ ପକ୍ଷରୁ କମ୍ବଳ ବଣ୍ଟନ

ଆଠଗଡ : ଆଠଗଡ ସହରର ୪ନଂ ୱାର୍ଡ ଅନ୍ତର୍ଗତ ଡମସାହି, ମୁସଲିମବସ୍ତି ଏବଂ ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହାଉସିଂବୋର୍ଡ କଲୋନୀ ନିକଟବର୍ତ୍ତୀ ଡମସାହିର ଗରିବ ଓ ଅସହାୟଙ୍କୁ ସମାଜ ରିଲିଫ କମିଟି ପକ୍ଷରୁ ରବିବାର କମ୍ବଳ ବଣ୍ଟନ କରାଯାଇଥିଲା । ପ୍ରଚଣ୍ଡ ଥଣ୍ଡା ଓ ଶୀତରେ ଅକଥନୀୟ ଦୁର୍ଦଶା ଭୋଗୁଥିବା ଏହି ଦୁଇ ସାହିର ଶତାଧିକ ଲୋକଙ୍କୁ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ‘ସମାଜ’ ରିଲିଫ କମିଟିର ଅଧ୍ୟକ୍ଷ ଓ ସମାଜର ପ୍ରକାଶକ ତଥା ମୁଦ୍ରାକର ନିରଞ୍ଜନ ରଥ ଭେଟିବା ସହିତ ସେମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଏଥିରେ ଜିମସାରର କର୍ମଚାରୀ ନିଗମାନନ୍ଦ ସ୍ୱାଇଁ, ଅନୁପ ପ୍ରଧାନ ଏବଂ ଆଠଗଡ ସମାଜ ପ୍ରତିନିଧି ସୁଧିରଞ୍ଜନ ଦାଶ ସହଯୋଗ କରିଥିଲେ । ଗରିବ ଶ୍ରେଣୀର ଏହି ଲୋକମାନେ ସମାଜ ରିଲିଫ କମିଟି ଓ ଅଧ୍ୟକ୍ଷ ଶ୍ରୀ ରଥଙ୍କୁ କୃତଜ୍ଞତା ଜଣାଇଥିଲେ।

Comments are closed.