ସିସିଟିଭିରେ କଏଦ ହେଲା କଳା ଚିତାବାଘ ; ସ୍ଥାନୀୟଲୋକେ ଆତଙ୍କିତ

ଗ୍ୱାଲିଅରର ଏକ ଧନୀ ବସ୍ତିରେ ରାତି ସମୟରେ ଗୋଟିଏ କଳା ଚିତାବାଘ ଦେଖାଯାଇଛି। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ବାଘକୁ ଖୋଜିବାକୁ ଆରମ୍ଭ କରିଛନ୍ତି। ଯେଭଳି କିଛି ଅଘଟଣ ନଘଟୁ।
ରାତିରେ କଳାବାଘ ଦେଖାଯାଇଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଯାହା ପରେ ବନ ବିଭାଗକୁ ଏନେଇ ଖବର ଦିଆଯାଇଥିଲା। ସିସିଟିଭ ଫୁଟେଜ ଓ ମାଟିରେ ଥିବା ପାଦ ଚିହ୍ନରୁ ଏହା ଚିତାବାଘ ବୋଲି ଚିହ୍ନଟ କରାଯାଇଥିଲା।
ବନବିଭାଗ ବାଘକୁ ଖୋଜାଖୋଜି ଆରମ୍ଭ କରି ଦେଇଛନ୍ତି।
ବନ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଯାଞ୍ଚ କରାଯାଉଛି। ଯେଉଁ ଭିଡ଼ିଓ ମିଳିଛି, ତାହାର ମଧ୍ୟ ସଠିକ ଯାଞ୍ଚ କରାଯାଉଛି।

 

Comments are closed.