କଳା ଚା’ର ଉପକାରିତା

# ଭାରତର ଯେ କୌଣସି ପ୍ରାନ୍ତକୁ ଗଲେ, ସେଠାରେ ଚା’ର ଆଦର ଦେଖିବାକୁ ମିଳେ। ଯୁବକ ଠାରୁ ବୟସ୍କ ସମସ୍ତେ ସକାଳ-ସନ୍ଧ୍ୟାରେ କପେ ଚା’ ପିଇବାକୁ ଆଦୌ ଆଗ୍ରାହ୍ୟ କରିନଥାନ୍ତି। ବିଶେଷଜ୍ଞଙ୍କ ମତରେ ଅଦା ଚା’, ନାଲି ଚା’, କଳା ଚା’ ଇତ୍ୟାଦି ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକାରୀ। ନିକଟରେ ହୋଇଥିବା ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଦୈନିକ ଅତିକମ୍‌ରେ ଗୋଟିଏ କପ୍ କଳା ଚା’ ପିଇଲେ ସ୍ମୃତିଭ୍ରମ (ଡିମେନ୍‌ସିୟା) ଓ ଆଲଜାଇମର୍‌ ହେବାର ଭୟ କମ୍ ହୋଇଥାଏ।

କଳା ଚା’ରେ ପ୍ରଚୁର ପରିମାଣରେ ଫ୍ଲେବେନଲ୍ସ ଥାଏ, ଏହି ପୋଷକତତ୍ତ୍ବ ମସ୍ତିଷ୍କକୁ ସୁସ୍ଥ ରଖିବାରେ ଖୁବ୍ ସହାୟକ। ଚିକାଗୋସ୍ଥିତ ରସ୍ ବିଶ୍ବବିଦ୍ୟାଳୟର ଗବେଷକ ସମୂହ ୯୧୨ଜଣ ବୟସ୍କ ବର୍ଗଙ୍କୁ ଗବେଷଣାରେ ସାମିଲ କରିବା ସହ ୧୨ ବର୍ଷ ସେମାନଙ୍କୁ ଅନୁଧ୍ୟାନ କରାଯାଇଥିଲା। ନିୟମିତ ଭାବେ ସେମାନଙ୍କ ଖାଦ୍ୟପାନୀୟର ସବିଶେଷ ତଥ୍ୟ ନିଆଯାଇଥିବାର ଗବେଷକଙ୍କ ମତ। ଏକ ଲମ୍ବା ସମୟ ପରୀକ୍ଷା ପରେ ସ୍ପଷ୍ଟ ହୋଇଥିଲା, ଯେଉଁ ବ୍ୟକ୍ତିମାନେ ନିୟମିତ ଭାବେ ଫ୍ଲେବେନଲ୍ସ ତତ୍ତ୍ବ ଥିବା ଖାଦ୍ୟପାନୀୟ ସେବନ କରୁଥିଲେ, ସେମାନଙ୍କ ଠାରେ ଆଲଜାଇମର୍ ଓ ଡିମେନ୍‌ସିୟାର କୌଣସି ଲକ୍ଷଣ ଦେଖାଯାଇନଥିଲା। ଏହି ବର୍ଗର ବ୍ୟକ୍ତିମାନେ ସକାଳବେଳା ଅଦା ଚା’ ନଚେତ୍ କଳା ଚା’ ପିଇବାରେ ଅଭ୍ୟସ୍ତ ଥିଲେ। ଅନ୍ୟପାଖେ ଯେଉଁମାନଙ୍କର ଚା’ ପାନୀୟ ପିଇବାରେ ଆଗ୍ରହ ନଥିଲା, ସେହିମାନେ ହିଁ ଡିମେନ୍‌ସିୟା ରୋଗୀ ସମୟକ୍ରମେ ହୋଇଥିବାର ଗବେଷକ କହିଛନ୍ତି। ଫ୍ଲେବେନଲ୍ସ ଥିବା ନାସପାତି, ବ୍ରୋକୋଲି, ଅଦା, କଳା ଚା’, କମଳା ଇତ୍ୟାଦି ଆବଶ୍ୟକ ପରିମାଣରେ ନିଜ ଡାଏଟ୍‌ ତାଲିକାରେ ସାମିଲ କରି ଏକ ସୁସ୍ଥ ଜୀବନ ଅତିବାହିତ କରନ୍ତୁ।

Comments are closed.