କହୁଣି ଓ ଗଣ୍ଠିରୁ କଳାଦାଗ ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

କହୁଣି,ଆଣ୍ଠୁ ଗଣ୍ଠିରୁ କଳା ଦାଗ ଦୂର କରିବା ପାଇଁ ଆମେ ଅନେକ କିଛି କ୍ରିମ୍ ବ୍ୟବହାର କରିଥାଉ, ତଥାପି କୌଣସି ସୁଫଳ ମିଳି ନ ଥାଏ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି କହୁଣି ଓ ଆଣ୍ଠୁ ଗଣ୍ଠିରୁ କଳାଦାଗ ଦୂର କରିବା।

Pic courtesy : Mrs. Wages

କାକୁଡ଼ି ଓ ତେନ୍ତୁଳି :
କାକୁଡ଼ି ରସ ଓ ତେନ୍ତୁଳି ୨ଟି ନେଇ ତାକୁ ଭଲ ଭାବରେ ଚକଟି ଦିଅନ୍ତୁ। ତାପରେ କହୁଣି ଓ ଆଣ୍ଠୁ ଗଣ୍ଠିରେ ତାକୁ ଭଲ ଭାବରେ ଲଗାଇ ଦିଅନ୍ତୁ। ୧୫ମିନିଟ୍ ପରେ ଧୋଇ ଦିଅନ୍ତୁ।
ନଡ଼ିଆ ତେଲ :
ପ୍ରତି ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ କହୁଣି ଓ ଆଣ୍ଠୁ ଗଣ୍ଠିରେ ନଡ଼ିଆ ତେଲ ମାଲିସ୍ କରନ୍ତୁ ନଡ଼ିଆ ତେଲରେ ଲାରିକ୍ ଏସିଡ଼ ଓ ପ୍ରୋଟିନ୍ ଥିବାରୁ ତାହା ଶୁଷ୍କ ତ୍ୱଚାକୁ ଠିକ୍ କରିଥାଏ।

Pic courtesy : Organic Facts

କ୍ଷୀର ଓ ମହୁ :
ଗୋଟିଏ ଛୋଟ ପାତ୍ରରେ ଅଳ୍ପ କ୍ଷୀର ନେଇ ସେଥିରେ ମହୁ ମିଶାନ୍ତୁ। ମିଶ୍ରଣକୁ ନେଇ କହୁଣି ଓ ଗୋଇଠିରେ ଭଲ ଭାବରେ ମାଲିସ୍ କରନ୍ତୁ। ୧୦ମିନିଟ୍ ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ।
ଲେମ୍ବୁ ରସ :
ରାତିରେ ଶୋଇବା ପୂର୍ବରୁ କହୁଣି ଓ ଗୋଇଠିରେ ଲେମ୍ବୁ ରସକୁ ଭଲ ଭାବରେ ମାଲିସ୍ କରନ୍ତୁ। ସକାଳୁ ଉଠି ଭଲ ଭାବରେ ଧୋଇ ଦିଅନ୍ତୁ।
ଏହି ସବୁ ଘରୋଇ ଉପାୟ ଆପଣେଇବା ଦ୍ୱାରା କହୁଣି ଓ ଗୋଇଠିରୁ କଳାଦାଗ ସହଜରେ ଛଡ଼ାଯାଇ ପାରିବ।

Comments are closed.