ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ କଳା ଲୁଣ

ଲୁଣ ଏକ ଏପରି ଦ୍ରବ୍ୟ ଯାହାର ବ୍ୟବହାର ବିନା ଖାଦ୍ୟ ସ୍ୱାଦହୀନ। ସ୍ୱାସ୍ଥ୍ୟ ପାଇଁ ଲୁଣର କେତେକ ଉପକାର ଗୁଣ ମଧ୍ୟ ରହିଛି। କଳା ଲୁଣରେ ଏପରି କିଛି ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି, ଯାହା ହୁଏତ ସଭିଏଁ ଜାଣିନଥିବେ। ଆସନ୍ତୁ ଜାଣିବା ଏ ବିଷୟରେ….
ସାଧାରଣ ଲୁଣ ତୁଳନାରେ କଳା ଲୁଣ ଥଣ୍ଡା ଅଟେ। ଖରା ଦିନରେ ଏହାର ବ୍ୟବହାର ଶରୀରକୁ ଥଣ୍ଡା ରଖିଥାଏ।
ଆୟୁର୍ବେଦରେ ମଧ୍ୟ କଳା ଲୁଣର ମହତ୍ତ୍ୱ ପୂର୍ଣ୍ଣ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।
କଳା ଲୁଣ ହଜମ କ୍ରିୟାକୁ ସୁସ୍ଥ ରଖେ।
କଳା ଲୁଣର ସେବନ ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ଏଡସିଡ଼ିଟି କାରଣରୁ ହେଉଥିବା ଗଳାର ଜଳାପୋଡ଼ାକୁ ଏହା ଦୂର କରିଥାଏ।
ଏହା ଶରୀରରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ।

Comments are closed.