ଅମ୍ଳଜାନ ସାନ୍ଧ୍ରକ କଳାବଜାରୀ : ନବନୀତ କଲରାଙ୍କ ବିରୁଦ୍ଧରେ ଲୁକ୍‍ ଆଉଟ୍‍ ନୋଟିସ୍‍

ନୂଆଦିଲ୍ଲୀ : କରୋନା ମହାମାରୀର ବ୍ୟାପକତା ମଧ୍ୟରେ ସରକାର ବିଦେଶରୁ ଅମ୍ଳଜାନ ସାନ୍ଧ୍ରକ ଆମଦାନୀ କରୁଥିବା ଓ କେତେକ ସହଯୋଗୀ ରାଷ୍ଟ୍ର ସହାୟତା କରୁଥିବା ବେଳେ ଏହାର କଳାବଜାରୀକୁ ନେଇ ଉଦବେଗ ପ୍ରକାଶ ପାଇଛି। ଦିଲ୍ଲୀରେ ଅମ୍ଳଜାନ ସାନ୍ଧ୍ରକ କଳାବଜାରୀ କରୁଥିବା ବ୍ୟବସାୟୀ ନବନୀତ କଲରାଙ୍କ ବିରୁଦ୍ଧରେ ଦିଲ୍ଲୀ ପୋଲିସ ଲୁକ୍‍ ଆଉଟ୍‍ ନୋଟିସ୍‍ ଜାରି କରିଛି।

ଗତକାଲି ତାଙ୍କ ରେସ୍ତୋରାଁରୁ ୫ଶହ ଅକ୍ସିଜେନ କନ୍‍ସେଣ୍ଟ୍ରେଟର ଜବତ କରାଯିବା ପରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଲ୍ଲୀ ସମେତ ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।

Comments are closed.