ହୃଦଘାତରୁ ରକ୍ଷା କରେ ଏହି ଫଳ

ଖରା ଦିନେ ଅଙ୍ଗୁର ବହୁତ ମିଳିଥାଏ। ଏହା ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଅଙ୍ଗୁର ଦୁଇ ପ୍ରକାର – ସବୁଜ ଅଙ୍ଗୁର ଓ କଳା ଅଙ୍ଗୁର। କୁହାଯାଇଛି ଯେ, ସବୁଜ ଅଙ୍ଗୁର ଅପେକ୍ଷା କଳା ଅଙ୍ଗୁର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏଥିରେ ଭିଟାମିନ- ଏ ଓ ଭିଟାମିନ- ସି ଭରପୂର ମାତ୍ରାରେ ରହିଛି। ଆସନ୍ତୁ ଜାଣିବା କଳା ଅଙ୍ଗୁର ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ..
କଳା ଅଙ୍ଗୁର ଖାଇବା ଦ୍ବାରା ହୃଦୟ ସହ ଜଡିତ ରୋଗରୁ ମୁକ୍ତି ମିଳିଥାଏ।
ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ଏହା ହୃଦଘାତରୁ ରକ୍ଷା କରିବା ସହ ରକ୍ତ ସଞ୍ଚାଳନକୁ ସଠିକ ଭାବେ କରିବାକୁ ସହାୟକ ହୋଇଥାଏ।
ଏହା କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିଥାଏ।
କଳା ଅଙ୍ଗୁର ଖାଇବା ଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ।
କଳା ଅଙ୍ଗୁର ଖାଇବା ଦ୍ବାରା ୟୁରିକ୍‌ ଏସିଡର ମାତ୍ରା କମ ହୋଇଥାଏ।
ଶରୀରରେ ୟୁରିକ ଏସିଡର ମାତ୍ରା ଠିକ ରହିବା ଦ୍ବାରା ବୃକକ୍ ସଠିକ ଭାବେ କାର୍ୟ୍ୟ କରିଥାଏ।
ଅଲଜାଇମର ରୋଗୀମାନେ କଳା ଅଙ୍ଗୁର ଖାଇବା ଦ୍ବାରା ସୁଫଳ ପାଇଥାଆନ୍ତି।

Comments are closed.