କାଶ୍ମୀରରେ ମୁତୟନ ହେବେ ‘ବ୍ଲାକ କ୍ୟାଟ’ କମାଣ୍ଡୋ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ମୁକାବିଲା କରିବା ପାଇଁ ଏନଏସଜିର ବ୍ଲାକ କ୍ୟାଟ କମାଣ୍ଡୋଙ୍କ ମୁତୟନ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୋଜନା କରିଛି। ଆତଙ୍କବାଦୀଙ୍କ ସହ ଗୁଳିବିନିମୟ କିମ୍ବା ପଣବନ୍ଦୀ ଭଳି ଘଟଣା କ୍ଷେତ୍ରରେ ଏହି କମାଣ୍ଡୋଙ୍କୁ ନିୟୋଜିତ କରାଯିବ। ଆତଙ୍କବାଦୀ ମୁକାବିଲା କ୍ଷେତ୍ରରେ ଦେଶର ସବୁଠାରୁ ଶକ୍ତିଶାଳୀ ଓ ଦକ୍ଷ ବାହିନୀ ଜାତୀୟ ସୁରକ୍ଷା ବାହିନୀ (ଏନଏସଜି)ର ବ୍ଲାକ କ୍ୟାଟ କମାଣ୍ଡୋମାନେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଥାନ୍ତି। ଯୋଜନା ଅନୁଯାୟୀ ଜାମ୍ମୁ-କାଶ୍ମୀରର କୌଣସି ଗୁରୁତ୍ୱପୂର୍ଣ୍ଣ ଅଘଟଣ ସମୟରେ କମାଣ୍ଡୋମାନେ ସେନା, ପୁଲିସ ଓ ସିଆରପିଏଫ୍‌ ଯବାନଙ୍କ ସହିତ ସାମିଲ ପୂର୍ବକ ସହଯୋଗ କରିବେ। ପୂର୍ବରୁ ଜାମ୍ମୁ-କାଶ୍ମୀରରେ ଏନଏସଜି କମାଣ୍ଡୋଙ୍କୁ କେବେହେଲେ ମୁତୟନ କରାଯାଇ ନଥିଲା।

Leave A Reply