ବିଜେପି କର୍ମୀ ପ୍ରଶିକ୍ଷଣ ଶିବିର

ଚୌଦ୍ୱାର : ଚୌଦ୍ୱାର ମଣ୍ଡଳ ବିଜେପି ତରଫରୁ ଏକ କର୍ମୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି ଯୋଗଦେଇ ୧୦ଟି ରାଷ୍ଟ୍ରୀୟ ପ୍ରସଙ୍ଗରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପୂର୍ବତନ ଜିଲା ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁ, ଲଲାଟେନ୍ଦୁ ବଡ଼ୁ, ଜୟନ୍ତ କୁମାର ସ୍ୱାଇଁ, ଅକ୍ଷୟ ଭୁୟାଁ, ପ୍ରଶାନ୍ତ ହୋତା, ବୈରାଗୀ ଚରଣ ପ୍ରଧାନ, ପ୍ରକାଶ ଚନ୍ଦ୍ର ବଡ଼ଜେନା, ଅଜିତ ସୁବୁଦ୍ଧିରାୟଙ୍କ ସମେତ ବହୁ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।