ଯାଜପୁରରେ ଦଳ ଛାଡିଲେ ଶତାଧିକ ବିଜେପି କର୍ମୀ

ଯାଜପୁର (ଆନନ୍ଦ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବିଜେଡିରେ ଯୋଗଦେଲେ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧିନ ଆରୁହା ଓ ଥାନୁଆଳ ପଂଚାୟତର ଶତାଧିକ କର୍ମୀ। ଏ ନେଇ ଏକ ମିଶ୍ରଣ ପର୍ବ ଜାରକାସ୍ଥିତ ଦଳୀୟ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ ଭାବେ ଦଳରେ ସାମିଲ ହୋଇଥିବା ପଞ୍ଚାୟତସ୍ତରୀୟ ନେତା ଓ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ।
ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ, ସରପଞ୍ଚ ହରିହର ସାହୁ, ଅମୁଲ୍ୟଧନ ଜେନା, ପର୍ୟ୍ୟବେକ୍ଷକ ଶ୍ରୀନିବାସ ଜେନା, ଯୁବନେତା ଦିଲୀପ ବଳ, ଯତୀନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।