ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଲେ ବିଜେପି କର୍ମୀ, ୫.୪୯ ଲକ୍ଷ ଜବତ

ବେଙ୍ଗାଲୁରୁ: କର୍ନାଟକରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଜଣେ ବିଜେପି କର୍ମୀ ଧରାପଡ଼ିଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ବାରା ନିଯୁକ୍ତ ଫ୍ଲାଇଂ ସ୍କ୍ବାଡ୍‌ ଉକ୍ତ ବ୍ୟକ୍ତିଙ୍କୁ ଧରିଛନ୍ତି। ତାଙ୍କଠାରୁ ୫ ଲକ୍ଷ ୪୯ ହଜାର ଟଙ୍କା ଜବତ ହୋଇଛି। ସେ ଜଣେ ବିଜେପି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିଲେ। ଫ୍ଲାଇଂ ସ୍କ୍ବାଡ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ପରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀମାନେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ସେମାନେ ଅଭି​ଯୋଗ କରିଛନ୍ତି।

Comments
Loading...