ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

0

ନେମାଳ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ୧୨ଘଣ୍ଟା ଉପବାସ ରଖିବା ପ୍ରତିବାଦରେ ଶନିବାର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନେମାଳ ଥାନା ଅନ୍ତର୍ଗତ ଦାଉଦପୁର ଠାରେ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ମାହାଙ୍ଗା ନିର୍ବାଚନ ମଣ୍ଡିଳିର ନଗସପୁର ବିଜେପି ମହିଳା ମଣ୍ଡଳ ମୋର୍ଚ୍ଚା ସଭାପତି ମଧୁସ୍ମିତା ସାମଲଙ୍କ ନେତୃତ୍ୱରେ ଆଜି କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞାସେନୀ ଜେନା, ମଣ୍ଡଳ ସମ୍ପାଦିକା ଜ୍ୟୋସ୍ନାମୟୀ ସଡଙ୍ଗୀ, ମିନତି ଦାସ, ବନଲତା ସାମଲ ପ୍ରମୁଖ ଯୋଗଦେଇ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ୧୨ଘଣ୍ଟା ଉପବାସ ରଖିବା ପ୍ରତିବାଦରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋବ ପ୍ରଦର୍ଶନ କରିବା ସହିତ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

Leave A Reply