ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା; କାଲି ଦେଶବ୍ୟାପୀ ଧାରଣା ଦେବ ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଂସା ଦେଖିବାକୁ ମିଳିଛି। ରାଜ୍ୟ ବିଧାନସଭା ନିର୍ବାଚନରେ ଟିଏମସି ୨୧୩ ଆସନରେ ବିଜୟ ହାସଲ କରିଥିବାବେଳେ ବିଜେପିକୁ ୭୭ ଆସନ ମିଳିଛି। ଟିଏମସିର ବିଜୟ ପରେ ରାଜ୍ୟର ଅନେକ ଜାଗାରେ ହିଂସାକାଣ୍ଡ ସାମ୍ନାକୁ ଆସିଛି। ଆରାମବାଗରେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି। କୁଚ୍‌ ବିହାରରେ ହିଂସା ଘଟିଛି। ବିଜେପି ଏହି ହିଂସା ପାଇଁ ଟିଏମସିକୁ ଦାୟୀ କରିଛି। ଏହା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଅନ୍ୟପଟେ ବିଜେପି ପକ୍ଷରୁ ଆଜି ଦିଲ୍ଲୀରେ ଧାରଣା ଦିଆଯାଇଛି। କାଲିଠାରୁ ଦେଶବ୍ୟାପୀ ଧାରଣା ଦେବାକୁ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି। ମମତା ବାନାର୍ଜୀ କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବାବେଳେ ବିଜେପି ଧାରଣା ପାଇଁ ସଜବାଜ ହେଉଛି।

ମଙ୍ଗଳବାର ନଡ୍ଡା କଲକାତାର ଆଖାପାଖ ଗାଁକୁ ଯିବେ, ଯେଉଁଠି ବିଜେପି କାର୍ଯ୍ୟକର୍ତ୍ତାମାନୁ ହତ୍ୟା କରାଯାଇଛି ଏବଂ ମାଡ଼ ମରାଯାଇଛି। ଏହା ସହିତ ଯେଉଁ ସ୍ଥାନରେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି ସେଠାକୁ ବି ନଡ୍ଡା ଗସ୍ତ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ବିଜେପି ନେତା ପ୍ରବେଶ ସିଂହ ସାହିତ ଟ୍ବିଟ୍‌ କରି ଲେଖିଛନ୍ତି, ଟିଏମସି ଗୁଣ୍ଡାମାନେ ନିର୍ବାଚନ ଜିତିବା ପରେ ଆମ କାର୍ଯ୍ୟକର୍ତ୍ତାମାନଙ୍କୁ ହତ୍ୟା କଲେ, କାର୍ଯ୍ୟକର୍ତ୍ତାଙ୍କ ଗାଡ଼ି ଭାଙ୍ଗିଲେ, ଘରେ ନିଆଁ ଲଗାଇଲେ। ଟିଏମସି ସାଂସଦ, ପିଧାୟକ ଏବଂ ମୁଖ୍ୟମନ୍ତ୍ରୀ ମନେ ରଖିବା ଜରୁରୀ ସେମାନଙ୍କୁ ବି ଦିଲ୍ଲୀ ଆସିବାକୁ ପଡ଼ିବ। ଏହାକୁ ଚେତାବନୀ ବୋଲି ବୁଝିବ। ନିର୍ବାଚନରେ ହାର ଜିତ ହୋଇଥାଏ, ହତ୍ୟା ନୁହେଁ।

Comments are closed.