ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଜନମତ ସୃଷ୍ଟି କରିବ ବିଜେପି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଜନମତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରବିବାର ଠାରୁ ବିଜେପି ଏକ ଦଶଦିନିଆ ଅଭିଯାନ ଆରମ୍ଭ କରୁଛି। ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀଠାରେ ଏହି ଅଭିଯାନ ଶୁଭାରମ୍ଭ କରିବାକୁ ଥିବାବେଳେ ଦଳର କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା ଗାଜିଆବାଦରୁ ଏହା ଆରମ୍ଭ କରିବେ। ସେହିଭଳି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ନୀତିନ ଗଡ଼କରୀ ମଧ୍ୟ ଆଜି ଏହାର ଶୁଭାରମ୍ଭ କରିବେ। ଦେଶବ୍ୟାପୀ ଘରକୁଘର ବୁଲି ଦଳର କର୍ମୀମାନେ ଏହି ଅଭିଯାନରେ ଅଂଶ ଗ୍ରହଣ କରିବେ।

ଏହି ଅଭିଯାନରେ ଦଳର ନେତା ଓ କର୍ମୀମାନେ ଦେଶର ୩ କୋଟି ପରିବାରଙ୍କୁ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଛି। ଏହି ଅଭିଯାନର ଏକ ଅଂଶ ସ୍ୱରୂପ ବିଜେପି ପକ୍ଷରୁ ଏକ ଟୋଲ୍‍ ଫ୍ରି ନମ୍ବର ୮୮୬୬୨୮୮୬୬୨ର ଶୁଭାରମ୍ଭ କରାଯାଇଛି, ଯେଉଁଥିରେ କି ଜନସାଧାରଣ ମିସ୍‍କଲ୍‍ ଦେଇ ଏହି ଆଇନ ସଂପର୍କରେ ସେମାନଙ୍କର ମତାମତ ପଞ୍ଜିକୃତ କରିପାରିବେ।

Comments are closed.