ଲଦାଖ ବିକାଶ ପରିଷଦ ନିର୍ବାଚନରେ ବିଜେପିକୁ ବହୁମତ

ଲଦାଖ ସ୍ୱୟଂଶାସିତ ପାହାଡି ବିକାଶ ପରିଷଦର ଷଷ୍ଠ ସାଧାରଣ ପରିଷଦ ନିର୍ବାଚନରେ ବିଜେପି ସ୍ପଷ୍ଟ ବହୁମତ ହାସଲ କରିଛି। ମୋଟ ୨୬ଟି ସିଟ୍ ମଧ୍ୟରୁ ବିଜେପି ୧୫ଟି ସିଟ୍ ହାସଲ କରିଥିବା ବେଳେ କଂଗ୍ରେସ ୯ଟି ସିଟ୍ ଜିତିଛି ଏବଂ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଛନ୍ତି। ବିଜେପି ଦ୍ୱିତୀୟ ଥର ପାଇଁ ଲେହ ହିଲ ପରିଷଦକୁ ଶାସନ କରିବାକୁ ଯାଉଛି। ତେବେ ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି କୌଣସି ଆସନରେ ଜିତିବାକୁ ସକ୍ଷମ ହୋଇନାହିଁ।

ତେବେ ବର୍ତ୍ତମାନର ମୁଖ୍ୟ କାର୍ଯ୍ୟନିର୍ବାହୀ କାଉନସିଲରବିଜେପିର ଗୟାଲ ପି ୱାଙ୍ଗଲ ଏବଂ ବରିଷ୍ଠ ନେତା ଦୋରଜାଇ ଅଙ୍ଗଚୁକ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ନୁବ୍ରା ଅଞ୍ଚଳରେ ବିଜେପିକୁ ବହୁମତ ମିଳିଥିବା ବେଳେ ଶ୍ୟାମ ଅଞ୍ଚଳ ଏବଂ ଲେହ ଟାଉନରେ କଂଗ୍ରେସ ପାର୍ଟି ବହୁମତ ହାସଲ କରିଛି। ଏଥର କୌଣସି ମହିଳା ପ୍ରାର୍ଥୀ ଗୋଟିଏ ବି ଆସନ ହାସଲ କରିପାରି ନାହାନ୍ତି।

Comments are closed.