ବିଜେପୁରରେ ସନତ ଗଡତିଆଙ୍କ ପାଇଁ ପ୍ରଚାର କରିବେ ଜେପି ନଡ୍ଡା ଓ ସ୍ମୃତି ଇରାନୀ

ଭୁବନେଶ୍ବର: ବିଜେପୁର ଉପ ନିର୍ବାଚନକୁ ନେଇ ଲାଗିରହିଛି ଉଷ୍ମ ବାତାବରଣ ଏହାରି ମଧ୍ୟରେ ଗୁରୁବାର ୩ ପ୍ରମୁଖ ଦଳ ସେମାନଙ୍କର ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ପ୍ରକାଶ କରିଛନ୍ତି। ବିଜେପି ମଧ୍ୟ ତାର ୪୦ ଜଣିଆ ଷ୍ଟାର ପ୍ରଚାରକୁ ତାଲିକା ଘୋଷଣା କରିଛି। ବିଜେପୁରରେ ବିଜେପି ପ୍ରାର୍ଥି ସନତ ଗଡତିଆଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପି ରାଷ୍ଟ୍ରୀୟ କାର୍ୟ୍ୟକାରୀ ସଭାପତି ଜେପି ନଡ୍ଡା।, ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଷଡଙ୍ଗୀ, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡା ,ସମ୍ବିତ ପାତ୍ର ଓ ଅପରାଜିତା ଷଡଙ୍ଗୀଙ୍କ ସହ ରାଜ୍ୟ ବିଜେପିର ଅନ୍ୟ ବରିଷ୍ଠ ନେତା।

Comments are closed.