ସମାନ ସଂଖ୍ୟକ ଆସନରେ ଲଢିବେ ବିଜେପି-ଶିବସେନା

ମୁମ୍ବଇ : ଚଳିତବର୍ଷ ଶେଷ ଆଡକୁ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମେଣ୍ଟ ବଜାୟ ରହିବ ଓ ଉଭୟ ଦଳ ସମାନ ସଂଖ୍ୟକ ଆସନରେ ଲଢିବେ ବୋଲି ଶିବସେନାର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି।

ପାଟିଲ କହିଛନ୍ତି ଯେ ରାଜ୍ୟର ୨୮୮ ବିଧାନସଭା ଆସନରୁ ବିଜେପି ଓ ଶିବସେନା ୧୩୫ଟି ଲେଖାଏଁ ଆସନରେ ନିର୍ବାଚନ ଲଢିବେ। ଅବଶିଷ୍ଟ ୧୮ଟି ଆସନ ଛୋଟ ଛୋଟ ଦଳକୁ ଛାଡି ଦିଆଯିବ। ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନ ମେଣ୍ଟ ସମ୍ପର୍କ ବଜାୟ ରଖିବା ନେଇ ଅମିତ ଶାହା ଓ ଦେବେନ୍ଦ୍ର ଫଡନବିସ ପ୍ରତିଶ୍ରୁତି ଦେଇଛନ୍ତି। ଶିବସେନା ନିଜ ଆଡୁ କେବେହେଲେ ପ୍ରତିଶ୍ରୁତିରୁ ଓହରିବ ନାହିଁ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ କରିଥିବାବେଳେ ସେହିବର୍ଷ ବିଧାନସଭା ନିର୍ବାଚନରେ ମେଣ୍ଟ ଭାଙ୍ଗିଯାଇଥିଲା। ଉଭୟ ଅଲଗା ହୋଇ ବିଧାନସଭା ନିର୍ବାଚନ ଲଢିଥିଲେ। ପରିବର୍ତ୍ତୀ ସମୟରେ ଉଭୟ ମିଶି ସରକାର ଗଠନ କରିଥିଲେ।

Comments are closed.