ଜୟପୁରରୁ ନବରଙ୍ଗପୁର ଓ ମାଲକାନଗିରି ରେଳପଥ ପାଇଁ ହୋଇନି ଜମି ଅଧିଗ୍ରହଣ:ବିଜେପି

ନବରଙ୍ଗପୁର: ଜିଲା ଯୁବ ଓ ଛାତ୍ର ବିଜେଡି ସମାବେଶରେ ରାଜ୍ୟ ଓ ଜିଲାର ବିଜେଡି ନେତାମାନେ କେନ୍ଦ୍ର ସରକାରଙ୍କର ଦ୍ୱାରା ଓଡିଶା ସମେତ ଅବିଭକ୍ତ କୋରାପୁଟ ରେଳକ୍ଷେତ୍ରରେ ଅବହେଳା ଅବହେଳା ଅଭିଯୋଗ କରିବା ପରେ ଶନିବାରଦିନ ଭାରତୀୟଜନତାପାର୍ଟି (ବିଜେପି) ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ଜିଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ ଯୋଗଦେଇ କହିଥିଲେ ଯେ, ଗତ ଶୁକ୍ରବାରଦିନ ଏଠାରେ ଜିଲା ବିଜେଡି ଯୁବଛାତ୍ର ସମାବେଶ କରାଯାଇଥିବାବେଳେ କରୋନା ସମୟରେ ସ୍କୁଲ କଳେଜ ବନ୍ଦଥିବାବେଳେ ଛାତ୍ରଛାତ୍ରୀ ମାନଙ୍କୁ ବିଜେଡି ମୃତ୍ୟୁମୁଖରେ କାହିଁକି ଠେଲି ଦେଉଛି ବୋଲି ପ୍ରଶ୍ନ କରିଥିଲେ। ଏଠାରେ ଯୁବଛାତ୍ର ଅପେକ୍ଷା ବେଶୀ ବୟସ୍କଲୋକ ଥିଲେ ବୋଲି କହିଥିଲେ। ଗତ ୨୦୧୮ ମସିହାର ଚୁକ୍ତିମାନା ପ୍ରକାରେ ଜୟପୁରଠାରୁ ନବରଙ୍ଗପୁର ନୂତନ ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ରେଳବିଭାଗକୁ ହସ୍ତାନ୍ତର କରିବା କଥା କିନ୍ତୁ ୩ବର୍ଷ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗୋଟିଏ ଇଞ୍ଚ ଜମି ଅଧିଗ୍ରହଣ କରାଯାଇନାହିାଁ ଜମି ଅଧିଗ୍ରହଣ ପାଇଁ ରାଜ୍ୟସରକାର ତାଙ୍କର ବଜେଟରେ ଟଙ୍କାଟିଏ ମଧ୍ୟ ବ୍ୟବସ୍ଥା କରି ନାହାନ୍ତି। ଜମି ନଦେଇ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କରିବା ହାସ୍ୟାଷ୍ପଦ କଥା।

 

ସେହିପରି ଜୟପୁର –ମାଲକାନଗିରି ରେଳପଥ ନିର୍ମାଣ ପାଇଁ ମଧ୍ୟ ରାଜ୍ୟସରକାର ଜମି ଅଧିଗ୍ରହଣ କରିନଥିବାବେଳେ ବିଗତ ରାଜ୍ୟବଜେଟରେ ଟଙ୍କାଟିଏ ମଧ୍ୟ ବ୍ୟବସ୍ଥା କରି ନାହାନ୍ତି। ପ୍ରସ୍ତାବିତ ଏହି ନୂତନ ରେଳଲାଇନରେ ରାଜ୍ୟସରକାର ବିମାନବନ୍ଦର ପାଇଁ ପ୍ରସ୍ତାବ ରଖିଛନ୍ତି। ଏହି କାରଣରୁ ପୁଣିଥରେ ରେଳଲାଇନର ଗତିପଥକୁ ବଦଳାଇବାକୁ ପଡିବ। ଫଳରେ ରେଳ ଓ ଅପେକ୍ଷା ଉଡାଜାହାଜକୁ ରାଜ୍ୟସରକାର ଗୁରୁତ୍ୱ ଦେଉଥିବାରୁ ଏହା ଦ୍ୱାରା ଏହିଜିଲାର ସାଧାରଣଲୋକ କେତେ ଉପକୃତ ହେବେ ବୋଲି ପଚରାଯାଇଛି। ଗୁଣପୁର–ଥେରୁବାଲି ରେଳଲାଇନ ମଧ୍ୟ ଅନୁରୂପଭାବେ ରାଜ୍ୟସରକାର ଅବହେଳା କାରଣରୁ ଏହାମଧ୍ୟ ଆଗେଇ ପାରୁନି। ଚୁକ୍ତିନାମା ଅନୁସାରେ ପ୍ରଥମେ ଏହି ନୂତନ ରେଳପଥ ପାଇଁ ତୁରନ୍ତ ଜମି ଅଧିଗ୍ରହଣ କରି ରେଳବିଭାଗକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ। ରାଜ୍ୟଯୋଜନାବୋର୍ଡର ଉପାଧ୍ୟକ୍ଷ ବାସ୍ତବ ସମସ୍ୟାକୁ ନକହି କେନ୍ଦ୍ରସରକାର ତଥା ପୂର୍ବତନ ସାଂସଦ ବଳଭଦ୍ରମାଝୀକୁ ଆକ୍ଷେପକୁ ନିନ୍ଦା କରୁଥିବା କହିଥିଲେ। ଜିଲାର ସମସ୍ତ ମଣ୍ଡିରେ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଧାନ ପଡି ରହିଥିବାବେଳେ ଏହା ଉଠାଯାଉ ନାହିାଁ ଗତ ୨ ତାରିଖ ଗସ୍ତବେଳେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ୨୪ ଘଣ୍ଟା ଭିତରେ ମଣ୍ଡିରୁ ଧାନ ଉଠାଇବାକୁ ଘୋଷଣା କରିଥିଲେ ମଧ୍ୟ ତାହା ପାଳନ କରାନଯିବା ମିଥ୍ୟା ପ୍ରତିଶୃତି ବୋଲି ପ୍ରମାଣିତ ହୋଇଛି ବୋଲି କହିଥିଲେ। ରାଜ୍ୟବିଜେପି ସଭାପତି ଓ ବିରୋଧୀ ଦଳନେତାଙ୍କର ନବରଙ୍ଗପୁରଗସ୍ତକୁ ବିଜେଡି ସମାଲୋଚନା କରିବାନେଇ ନେଇ ନିନ୍ଦା କରିଥିଲେ। କୋଟିଆ ଅଞ୍ଚଳଗସ୍ତ ଅବସରରେ ସେମାନେ ଏହି ଜିଲାକୁ ଆସି ମଣ୍ଡିକୁ ଯାଇ ଜିଲାର ସମସ୍ୟା ସଂପର୍କରେ ଗଣମାଧ୍ୟମ ଆଗରେ କହିଥିଲେ। ୨୧ ବର୍ଷଧରି ଶାସନରେ ରହିଥିଲେ ମଧ୍ୟ ନବରଙ୍ଗପୁର ଜିଲାର ବାସ୍ତବ ବିକାଶ କେତେ ହୋଇଛି। ଏହି ଜିଲା କୃଷି,ଶିକ୍ଷା.ସ୍ଥାସ୍ଥ୍ୟ, ଗମନାମଗନ, ଜଳସେଚନରେ ବହୁ ପଛରେ ପଡିଛି। ଜିଲାରେ କୃଷି ଭତ୍ତିକ ଶିଳ୍ପଟିଏ ହୋଇ ପାରିନି। ବିଜେଡି ନେତାମାନେ କୁମ୍ଭିର କାନ୍ଦଣା ଛାଡି ଜିଲାର ବାସ୍ତବବିକାଶ ପାଇଁ ଉଦ୍ୟମ କରିବାକୁ କହିଥିଲେ। ଅନ୍ୟମାନଙ୍କର ମଧ୍ୟରେ ଜିଲା ପଛୁଆମୋର୍ଚ୍ଚା ସଭାପତି ଦୈତାରୀମାଝୀ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅରୁଣପୂଜାରୀ,ନଗର ସଭାପତି ପିଣ୍ଟୁ ମିଶ୍ର, ଜିଲା ମିଡିଆସେଲ ସଂଯୋଜକ ସଞିବ ନନ୍ଦ ଓ ଶୁଭମ୍‍ ଚୈାଧୁରୀ ପ୍ରମୂଖ ଉପସ୍ଥିତ ଥିଲେ।

Comments are closed.