ସୋସିଆଲ ମିଡିଆରେ ବିଜେଡି ବିରୋଧରେ ପୋଷ୍ଟ ଘଟଣାକୁ ନେଇ ବିଜେପିର ପ୍ରେସ୍‍ମିଟ୍‍

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ରାଇଘରଠାରେ ବିଜେପି ଓ ବିଜେଡ଼ି ମଧ୍ୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟକୁ ନେଇ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଗତ କାଲି ମୁଖ୍ୟମନ୍ତ୍ରୀଙ୍କୁ ଖରାପ୍ ବ୍ୟବହାର ଓ ଅଭଦ୍ର ଭାଷାରେ ଗାଳି ଦେଇଥିବା ଅଭିଯୋଗରେ ଉମରକୋଟ ବିଜେଡି ପକ୍ଷରୁ ଉମରକୋଟ ଥାନାରେ ତିନି ବିଜେପି କର୍ମୀଙ୍କ ନାମରେ ଏତଲା ଦିଆଯାଇଛି । ଏହା ପରେ ଘଟଣାକୁ ନେଇ ମୁହଁ ଖୋଲିଛି ବିଜେପି। ଆଜି ରାଇଘରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ବିଜେଡ଼ିକୁ ଚେତାବନୀ ଦେଇଛି ବିଜେପି । ବିଜେପି କହିଛି ଏହା ବିଜେଡ଼ିର ପୁରୁଣା ଅଭ୍ୟାସ । ଗତ ଦିନରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆମ କର୍ମୀଙ୍କ ନାମରେ ଅପପ୍ରଚାର କରିଛନ୍ତି । ନିର୍ବାଚନରେ ବିଜେଡ଼ି ହାରିଯିବା ପରେ ଦିନକୁ ଦିନ ବିଜେପି ଦଳର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଏହାକୁ ସହ୍ୟ କରି ନ ପାରି ବିଜେଡ଼ି ହିନ ରାଜନୀତି କରୁଛି । ଆଗାମୀ ଦିନରେ ଯଦି ଏମିତି କରେ ତାହେଲେ ଆଇନର ଆଶ୍ରୟ ନେବୁ ବୋଲି ବିଧାୟକ ପ୍ରତିନିଧି ଶିବ ନାଥ ବାନାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.