ଶାସନକୁ ଆସିଲେ କୃଷି ଋଣ ଛାଡ କରିବ ବିଜେପି; ବସନ୍ତ ପଣ୍ଡା

0

ଭୁବନେଶ୍ୱର: କଂଗ୍ରେସ ଶାସନକୁ ଆସିବା ପରେ କୃଷି ଋଣ ଛାଡ଼ ପ୍ରତିଯୋଗିତା ଆରମ୍ଭ ହୋଇଛି । କୃଷି ଋଣ ଛାଡ ଘୋଷଣା କରି ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିବା ପରେ ସେହି ସୂତ୍ର ଓଡିଶାରେ ପ୍ରୟୋଗ କରିଛି ବିଜେପି । ଓଡିଶାରେ ବିଜେପି ଶାସନକୁ ଆସିଲେ କୃଷି ଋଣ ଛାଡ କରିବ ବୋଲି ମଙ୍ଗଳବାର ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି ଏବଂ ନିର୍ବାଚନ ଖର୍ଚ୍ଚ ମିଲରଙ୍କ ଠାରୁ ଉଠାଇବାକୁ ରାଜ୍ୟ ସରକାରଙ୍କ ଯୋଜନା କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଠାରୁ ଜାନୁଆରୀ ୭ ତାରିଖ ପର୍ୟ୍ୟନ୍ତ ମଣ୍ଡି ଚାଲ ଅଭିଯାନ ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି । ଏହି ଅଭିଯାନରେ ସବୁ ମଣ୍ଡି ଆଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ୟ୍ୟ ନାରାୟଣ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବ । କୃଷି ଋଣ ଛାଡ଼ ଦାବିରେ ଆସନ୍ତା ୮ ତାରିଖରେ ସଚିବାଳୟ ଘେରାଉ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଅନ୍ୟପଟରେ ଏହାର ଜବାବ ଦେଇ ବିଜେଡ଼ି ମୁଖପାତ୍ର ପ୍ରତାପ କହିଛନ୍ତି ଯେ, ବିଜେପିର ମଣ୍ଡି ଘେରାଉ ଆନ୍ଦୋଳନ ଡାକରା ବିନାଶ କାଳେ ବିପରୀତ ବୁଦ୍ଧି । ମଣ୍ଡିରେ ସମସ୍ୟା ଥିଲେ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯିବ। ସେହିପରି ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Leave A Reply