ମନ୍ତ୍ରିମଣ୍ଡଳ ଗଠନ ନେଇ ମୋଦୀ-ଶାହାଙ୍କ ବିଚାରବିମର୍ଶ

ନୂଆଦିଲ୍ଲୀ : କେନ୍ଦ୍ରର ନୂଆ ସରକାର ଗୁରୁବାର ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ନୂଆ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସାମିଲ କରାଯିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ମଧ୍ୟରେ ବିଚାରବିମର୍ଶ ଚାଲିଛି। ବୁଧବାର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୁଇ ନେତା ଦୀର୍ଘ ସମୟ ଧରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ଯଥା ସମ୍ଭବ ଅଧିକ ମହିଳାଙ୍କୁ ସାମିଲ କରାଯିବ ବୋଲି ଜଣାଯାଇଛି। ସେହିପରି ୩୫% ନୂଆ ସଦସ୍ୟଙ୍କୁ ସାମିଲ କରାଯିବାର ଅଛି। ସେହିପରି ଏନଡିଏ ଅଂଶୀଦାର କେତେ ପ୍ରତିନିଧିତ୍ବ ମିଳିବ ତାହା ମଧ୍ୟ ବିଚାର କରାଯାଇଛି।

Comments are closed.