ଆଜିଠୁ ବିଜେପିର ୨ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ଆଜିଠୁ ବିଜେପିର ୨ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ହାଇଦ୍ରାବାଦରେ ବସିବାକୁ ଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେବେ ବୋଲି ଜଣାପଡ଼ିଛି । ତାହା ସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଏହି ବୈଠକରେ ସାମିଲ ହେବେ ।  ଖାଲି ସେତିକି ନୁହେଁ ବିଜେପିର ବହୁ ବରିଷ୍ଠ ନେତା ମଧ୍ୟ ଏଥିରେ ଯୋଗଦେବେ । ମିଳିଥିବା ସୂଚନା ଅନୁସାରେ ଦଳର ଲୋକପ୍ରିୟତା ଓ ସଦସ୍ୟତା ବଢ଼ୁଥିବାରୁ ହାଇଦ୍ରାବାଦରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସୁଛି । ପୂର୍ବରୁ ମଧ୍ୟ ବିଜେପି ପକ୍ଷରୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଭାରତୀୟ ଜନତା ପାର୍ଟି ୨୦୧୪ରେ କେନ୍ଦ୍ରରେ ସରକାର ଗଢ଼ିବା ପରେ ଦକ୍ଷିଣ ଭାରତରେ ୩ଥର ଦଳୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରୁଛି । ୨୦୧୫ରେ ବେଙ୍ଗାଲୁରୁ ଓ ୨୦୧୬ରେ କୋଝିକୋଡରେ ବିଜେପି ଏହି ବୈଠକ କରିଥିଲା ।

Comments are closed.