ଶଳାଙ୍କ ହାତରେ ନିଜ ଉପରକୁ ଗୁଳି ଚଳାଇଥିଲେ ସାଂସଦଙ୍କ ପୁଅ

ଲକ୍ଷ୍ନୌ: ବିଜେପି ସାଂସଦ କୌଶଲ କିଶୋରଙ୍କ ପୁଅ ଆୟୁଷ କିଶୋରଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ ହୋଇଛି। ଆୟୁଷ ନିଜ ଶଳାଙ୍କ ହାତରେ ନିଜ ଉପରକୁ ଗୁଳି ଚଳାଇଥିଲେ। ୫ ଜଣ ବ୍ୟକ୍ତିଙ୍କୁ ଫସାଇବାକୁ ସେ ଏହି ଷଡ଼ଯନ୍ତ୍ର ରଚିଥିଲେ। ପୁଲିସ ଜେରା କରିବା ସମୟରେ ଆୟୁଷଙ୍କ ଶଳା ଏହା ସ୍ବୀକାର କରିଛନ୍ତି।

ପୁଲିସ କମିଶନର କହିଛନ୍ତି ଯେ, ଆୟୁଷ ନିଜ ଇଚ୍ଛାରେ ବିବାହ କରିଛନ୍ତି। ସେ ସାଂସଦ କୌଶଲ କିଶୋରଙ୍କଠାରୁ ଅଲଗା ରହୁଛନ୍ତି। ସେ କିଛି ଲୋକଙ୍କୁ ଫସାଇବା ପାଇଁ ନିଜ ଶଳାଙ୍କ ହାତରେ ଗୁଳି ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ମାମଲା ରୁଜୁ ହୋଇନାହିଁ। ଏହାର ତଦନ୍ତ କରାଯାଉଛି।

ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷ୍ନୌସ୍ଥିତ ଷଷ୍ଠ ମିଲ୍‌ ନିକଟରେ କିଛି ବ୍ୟକ୍ତି ଆୟୁଷଙ୍କ ଛାତିକୁ ଗୁଳି ଚଳାଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ରାତି ପ୍ରାୟ ସାଢ଼େ ୨ଟାରେ ପୁଲିସ ଆୟୁଷଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏବେ ସେ ବିପଦମୁକ୍ତ ଥିବା ଜଣାପଡ଼ିଛି।

Comments are closed.