www.samajalive.in
Monday, December 8, 2025
24.1 C
Bhubaneswar

ମଞ୍ଚରେ ଯୁବ କ୍ରୀଡ଼ାବିତ୍‌ଙ୍କୁ ପିଟିଲେ ବିଜେପି ସାଂସଦ

ରାଞ୍ଚି,୧୮ା୧୨: ସାମ୍ବାଦିକଙ୍କ ପରେ ସାଧାରଣ ଜନତା ବିଜେପି ସାଂସଦଙ୍କଠାରୁ ମାଡ଼ ଖାଇଛନ୍ତି। ଉତ୍ତର ପ୍ରଦେଶର ଲଖିମପୁର ଖେରିଠାରେ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ଚୋର ବୋଲି କହିବା ସହ ଧକ୍କା ମାରିବା ଘଟଣା ମନରୁ ଲିଭି ନ ଥିବାବେଳେ ଝାଡ଼ଖଣ୍ଡରୁ ସେଭଳି ଏକ ଖବର ଆସିଛି। ରାଞ୍ଚିଠାରେ ଆୟୋଜିତ ଏକ କ୍ରୀଡ଼ା ଉତ୍ସବରେ ଅତିଥି ଥିବା ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂହ ମଞ୍ଚ ଉପରେ ଜଣେ ଯୁବ କ୍ରୀଡ଼ାବିତ୍‌ଙ୍କୁ ଦୁଇଥର ଚାପୁଡ଼ା ମାରିବା ସହ ଗୋଇଠା ମାରିବାକୁ ଗୋଡ଼ ଉଠାଇଥିବା ଅଭିଯୋଗ ହୋଇଛି। ଏହି ମାଡ଼ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି।

ବ୍ରିଜ୍‌ଭୂଷଣ ହେଉଛନ୍ତି ଉତ୍ତର ପ୍ରଦେଶର କୈଶରଗଞ୍ଜ ଲୋକସଭା ସଦସ୍ୟ। ସେ ରାଞ୍ଚିର ସହିଦ ଗଣପତ୍‌ ରାଏ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ୧୫ବର୍ଷରୁ କମ୍‌ ଜାତୀୟ କୁସ୍ତି ପ୍ରତିଯୋଗିତା ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଥିଲେ। ଜଣେ ଯୁବ ପ୍ରତିଯୋଗୀ ସିଂହଙ୍କୁ ଭେଟି ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ ଦେବାକୁ ନିବେଦନ କରୁଥିବାବେଳେ ସାଂସଦ ହଠାତ୍‌ କ୍ରୋଧାନ୍ବିତ ହୋଇ ତାଙ୍କୁ ପିଟିଥିଲେ। ସମ୍ପୃକ୍ତ ଯୁବକ ବୟସାଧିକ୍ୟ କାରଣରୁ ପ୍ରତିଯୋଗିତାରୁ ବଞ୍ଚିତ ହୋଇଥିବା କୁହାଯାଉଥିଲେ ମଧ୍ୟ ଏହା ଭୁଲ୍‌ ବୋଲି ସେ ଦାବି କରୁଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories