ଆସାନସୋଲରେ ବାବୁଲଙ୍କ ଗାଡ଼ି ଭଙ୍ଗାରୁଜା

କଲକାତା : ଦଳୀୟ ଏଜେଣ୍ଟଙ୍କୁ ବୁଥରେ ବସାଇବାରେ ବାଧା ଦିଆଯିବା ଅଭିଯୋଗରେ ଆସାନସୋଲ ବାରବନିର ୧୯୯ନମ୍ବର ବୁଥ୍‍ରେ ବିଜେପି କର୍ମୀ ଓ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗଣ୍ଡଗୋଳ ଖବର ପାଇ ଆସାନସୋଲ ବିଜେପି ପ୍ରାର୍ଥୀ ବାବୁଲ୍‍ ସୁପ୍ରିୟ ଘଟଣାସ୍ଥଳରେ ଉପସ୍ଥିତି ହେବା ମାତ୍ରେ ଗଣ୍ଡଗୋଳକାରୀମାନେ ବାବୁଲଙ୍କୁ ଲକ୍ଷ୍ୟ କରି ଗାଳିଗୁଳଜ ଓ ଟେକା ପଥର ଫୋପାଡ଼ିଥିଲେ। ଫଳରେ ବାବୁଲ୍‍ ସୁପ୍ରିୟଙ୍କ ଗାଡ଼ିର କାଚ ଭାଙ୍ଗିଯାଇଥିଲା।
ଅନ୍ୟପକ୍ଷରେ ତୃଣମୂଳ ସମର୍ଥକମାନେ ବିଜେପିର ବିଭିନ୍ନ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଭୋଟ ହେବା ପ୍ରଥମରୁ ହିଁ ବୁଥ୍‍ ମଧ୍ୟରେ କୌଣସି ବିଜେପି ଏଜେଣ୍ଟ ନଥିଲେ। ସେମାନେ ଅନ୍ୟଥା ତୃଣମୂଳକୁ ଦୋଷାରୋପ କରୁଛନ୍ତି। ଏପରିକି ଘଟଣାସ୍ଥଳରେ ନିରାପତ୍ତା କର୍ମୀମାନେ ଗଲେ ସୁଦ୍ଧା ସେମାନଙ୍କ ସହ ବିଜେପି କର୍ମୀଙ୍କ ହାତାହାତି ହୋଇଥିଲା। ମୁଳତଃ ବିଜେପି ହୋଇ ବାବୁଲ୍‍ ସୁପ୍ରିୟ ଏଠାରେ ଗୁଣ୍ଡାମି ରାଜନୀତି କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଘଟଣା ପ୍ରସଙ୍ଗରେ ଜିଲା ପ୍ରଶାସନ ନିକଟକୁ ସମସ୍ତ ରିପୋର୍ଟ ପଠାଯାଇଛି।

Comments are closed.