ବିଜେପି ବିଧାୟକଙ୍କ କାର ଧକ୍କାରେ ୨ ମୃତ, ୪ ଆହତ

0

କର୍ଣ୍ଣାଟକ: କର୍ଣ୍ଣାଟକର ବିଜେପି ବିଧାୟକ ସି.ଟି. ରବିଙ୍କ କାର ଅନ୍ୟ ଏକ କାରକୁ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୪ଜଣ ଆହତ ହୋଇଛନ୍ତି। ସୋମବାର ରାତ୍ତିରେ ଟୁମକୁର ଜିଲାର କୁନିଗାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଏବଂ ଆହତମାନେ କୋଲୁର ମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ବିଧାୟକ ରବି ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଛାଡ଼ିରେ ଆଘାତ ଲାଗିଛି। ତେବେ ସେ ଗାଡ଼ି ଚଳାଉ ନ ଥିଲେ କି ନିଶାସକ୍ତ ନ ଥିଲେ ବୋଲି କର୍ଣ୍ଣାଟକ ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave A Reply