କୈଳାଶ ବିଜୟବର୍ଗୀୟଙ୍କ ପୁଅ ସମେତ ୧୦ ଜଣଙ୍କ ନାମରେ ମାମଲା ରୁଜୁ

ଭୋପାଳ : ମଧ୍ୟପ୍ରଦେଶର ଇନ୍ଦୋରରେ ନଗର ନିଗମର ଜଣେ ଅଧିକାରୀଙ୍କୁ କ୍ରିକେଟ ବ୍ୟାଟରେ ପିଟିବା ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କ ପୁଅ ତଥା ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ମହଙ୍ଗା ପଡିଛି। ମଧ୍ୟପ୍ରଦେଶ ପୁଲିସ୍‍ ଏହି ମାମଲାରେ ବୁଧବାର ଆକଶା ବିଜୟବର୍ଗୀୟଙ୍କ ସମେତ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ ଇନ୍ଦୋରରେ ଜବରଦଖଲରେ ନିର୍ମିତ ଏକ ଘରକୁ ଭାଙ୍ଗିବା ପାଇଁ ବୁଧବାର ନଗର ନିଗର ଅଧିକାରୀ ଯାଇଥିଲେ। ସେଠାରେ ଘର ଭଙ୍ଗା ଘଟଣାକୁ ନେଇ ଅଧିକାରୀଙ୍କ ସହ ଆକାଶଙ୍କ ବଚସା ହୋଇଥିଲେ। ଏହାକୁ ନେଇ ଆକାଶ ଏକ କ୍ରିକେଟ ବ୍ୟାଟରେ ଅଧିକାରୀଙ୍କୁ ପଟିଥିଲେ। ଏହି ଘଟଣାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଘଟଣାକୁ ନେଇ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖିବା ପରେ ମାମଲା ରୁଜୁ କରାଯାଇଛି। ଆକାଶଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି।

Comments are closed.