୨୦୧୯ ନିର୍ବାଚନ ପାଇଁ ବିଜେପିର ‘ସଙ୍କଳ୍ପ ପତ୍ର’ ଉନ୍ମୋଚିତ

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ସଙ୍କଳ୍ପ ପତ୍ର ଉନ୍ମୋଚନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସମେତ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଏହି ସଙ୍କଳ୍ପ ପତ୍ର ପ୍ରସ୍ତୁତ କରିଛି। ଏଥିରେ ଦେଶବାସୀଙ୍କ ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ୨୦୧୯ରେ ଦଳ କ୍ଷମତାକୁ ଆସିଲେ କି ପଦକ୍ଷେପ ନେବ ସେ ବିଷୟରେ ଇସ୍ତାହାରରେ ଉଲ୍ଲେଖ କରାଯାଇଛି। ଏହାର ଉନ୍ମୋଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଗତ ୫ ବର୍ଷର କାର୍ଯ୍ୟକାଳକୁ ଆଧାର କରି ଆଗାମୀ ୫ବର୍ଷରେ ଦଳ କି କାର୍ଯ୍ୟ କରିବ ତାହା ସଙ୍କଳ୍ପ ପତ୍ରରେ ଦର୍ଶାଯାଇଥିବା ରାଜନାଥ କହିଛନ୍ତି।

Comments are closed.