ଶାସକ ବିଜେଡ଼ି ଘରେ ଏବେ ମହିଳା ଅତ୍ୟାଚାର ଆଉ ହିଂସାର ବନ୍ୟାଜଳ: ବିଜେପି ମହିଳା ମୋର୍ଚା

 ସାଂସଦ ଅନୁଭବଙ୍କ ଇସ୍ତଫା ଦାବି କଲା ବିଜେପି ମହିଳା ମୋର୍ଚା
‘ନିମ୍‍କି’କୁ ନ୍ୟାୟ ଦେବାକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଲାଗି ଧମକ

ଭୁବନେଶ୍ୱର: ରାଜ୍ୟରେ ମହିଳା ଅତ୍ୟାଚାର ଶିକାର ହେଉଥିଲେ ଓ ହିଂସାରେ ପୀଡ଼ିତ ହେଉଥିଲେ । ସରକାରୀ ଦଳ ଏହାକୁ ମାନୁ ନ ଥିଲା । ମାତ୍ର ଏବେ ଶାସକ ବିଜେଡ଼ି ଘରେ ଏହି ଅତ୍ୟାଚାର ଓ ହିଂସାର ବନ୍ୟାପାଣି ପଶିଛି । ନିଜେ ଦଳର ସାଂସଦ ଏଥିରେ ଅଭିଯୁକ୍ତ ହୋଇଛନ୍ତି । ତେଣୁ ସାଂସଦ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ନଚେତ୍ ‘ନିମକୀ’ (ବର୍ଷା ପ୍ରିୟଦର୍ଶନୀ)ଙ୍କୁ ନ୍ୟାୟ ଦେବାକୁ ବିଜେପି ମହିଳା ମୋର୍ଚା ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ସଙ୍ଗଠନର ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ  କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଆଦୈା ଉଚିତ୍‍ ନୁହେଁ। ମାତ୍ର ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ କିମ୍ବା ରୋଲ୍‍ ମଡେଲଙ୍କ ଏଭଳି କିଛି ମହିଳା ହିଂସାରେ ଲିପ୍ତ ଥିବା ଘଟଣା ଲୋକଲୋଚନକୁ ଆସିବ ସେତେବେଳେ ମହିଳା ସୁରକ୍ଷା ଦୃଷ୍ଟିରୁ ଏହାକୁ ମହିଳା ମୋର୍ଚ୍ଚା ତରଫରୁ ପ୍ରତିବାଦ କରିବା ଆମର ପ୍ରାଥମିକ ଦାୟିତ୍ୱ।

ଓଡିଶାର ଜଣାଶୁଣା  ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ବାମୀ କେନ୍ଦ୍ରାପଡା ସାଂସଦ  ଅନୁଭବ ମହାନ୍ତି ଜଣେ ସାମ୍ବିଧାନିକ ପଦାଧିକାରୀ, ଲୋକପ୍ରତିନିଧି ଏବଂ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା କାରଣରୁ ବିଜେପି ମହିଳା ମୋର୍ଚ୍ଚା ବାଧ୍ୟ ହୋଇ ଘଟଣାରେ ହସ୍ତକ୍ଷେପ କରୁଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ମହିଳାବିରୋଧୀ ଓ ଅତ୍ୟାଚାରୀମାନେ କେବେହେଲେ ସାଂସଦ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦ ପଦବୀରେ ରହିବା ଅନୁଚିତ୍‍। ଯଦି ଏଭଳି କାର୍ଯ୍ୟରେ ସଂପୃକ୍ତ ଥାଆନ୍ତି କିମ୍ବା ଅଭିଯୋଗ ଆସେ, ତାହେଲେ ସେ ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦେବା ଉଚିତ୍‍। ନହେଲେ ସମାଜକୁ ଏକ ଭୁଲ୍‍ ସମ୍ବାଦ ଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ସାଂସଦ  ଅନୁଭବ ମହାନ୍ତି ଘରୋଇ ଅତ୍ୟାଚାର ଓ ନିଜ ପତ୍ନୀଙ୍କୁ ଅତ୍ୟାଚାର ଦେବାରେ ଚରମ ସୀମା ଉଲ୍ଲଂଘନ କରିଛନ୍ତି। ପତ୍ନୀ
ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ପତିତାଙ୍କୁ ଯୈାତୁକ, ଶାରୀରିକ, ମାନସିକ ଅତ୍ୟାଚାର କରିଛନ୍ତି, ଏପରିକି ତାଙ୍କୁ ଜଣେ ଅଭ୍ୟାସଗତ ମଦ୍ୟପ ବୋଲି ମଧ୍ୟ କହିଛନ୍ତି । ସାଂସଦ ଭଳି ସାମ୍ବିଧାନିକ ପଦରେ ଥିବା ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଲଜ୍ଜାଜନକ ଏବଂ ତାଙ୍କର ଏଭଳି କାର୍ଯ୍ୟକଳାପ ସମଗ୍ର ରାଜ୍ୟବାସୀଙ୍କୁଲଜ୍ଜିତ ଓ ନିନ୍ଦିତ କରିଛି ବୋଲି ଶ୍ରମତୀ ପଟ୍ଟନାୟକ କହିଛନ୍ତି।
ସେହିପରି ରାଜ୍ୟ ବିଜେପି ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି ଯେ  ଓ ମହିଳା ହିଂସା ଅଭିଯୋଗ କାରଣରୁ ନୈତିକତା ଓ ମାନବିକତା ଦୃଷ୍ଟିରୁ ଏବଂ ପଦମର୍ଯ୍ୟାଦା ହରାଇଥିବା ସାଂସଦ ଶ୍ରୀ ମହାନ୍ତି ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦିଅନ୍ତୁ। ନିଜ ଦଳର ଜଣେ ମହିଳାବିରୋଧୀ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ଦଳରୁ ବହିଷ୍କାର କରନ୍ତୁ। ନଚେତ୍‍ ଏହା ବିରୋଧରେ ମହିଳାମୋର୍ଚ୍ଚା ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ‘ନିମ୍‍କି’ ସାଜି ଯେଉଁ ବର୍ଷା ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ
ନବୀନ ନିବାସକୁ ଯାଇ ଗୁହାରୀ କରିଥିଲେ, ସେହି ‘ନିମ୍‍କି’ ଆଜି ନିଜ ପାଇଁ ନ୍ୟାୟ ଭିକ୍ଷା କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି।

Comments are closed.