‘ମହାରାଷ୍ଟ୍ରରେ ୩ମାସରେ ସରକାର ଗଢ଼ିବ ବିଜେପି ’

ଔରଙ୍ଗାବାଦ : ଆଗାମୀ ୨ରୁ ୩ମାସ ମଧ୍ୟରେ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବ ବୋଲି ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ ସୋମବାର କହିଛନ୍ତି। ଦଳୀୟ କର୍ମୀଙ୍କ ବୈଠକକୁ ସମ୍ବୋଧନ କରିବା ଅବସରରେ ମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାର ଗଠନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ଫଳକୁ ଅପେକ୍ଷା କରାଯାଇଛି। ଫଳ ମିଳିବା ପରେ ସରକାର ଗଠନ ନିଷ୍ପତ୍ତି ନିଆଯିବ। ଦେବେନ୍ଦ୍ର ଫଡନବିସଙ୍କ ​‌ନେତୃତ୍ବରେ ଏନସିପି ନେତା ଅଜିତ ପୱାରଙ୍କ ସମର୍ଥନରେ ମହାରାଷ୍ଟ୍ରରେ ଗତବର୍ଷ ସରକାର ଗଠନ ହୋଇଥିଲା। ମାତ୍ର ୮୦ଘଣ୍ଟା ପରେ ଏହି ସରକାର ପତନ ହୋଇଥିଲା। ପରେ କଂଗ୍ରେସ ଓ ଏନସିପି ସମର୍ଥନରେ ଶିବସେନା ରାଜ୍ୟରେ ସରକାର ଗଠନ କରିଥିଲା।

Comments are closed.