ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ଆଗୁଆ, ପଛରେ ପଡ଼ିଛି କଂଗ୍ରେସ

ନୂଆଦିଲ୍ଲୀ: ଗତ ୨୧ ତାରିଖରେ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ସକାଳୁ ଭୋଟ ଗଣତି ଚାଲିଥିବାବେଳେ ପୂର୍ବାହ୍ନ ୯ଟା ୧୫ ସୁଦ୍ଧା ଦୁଇ ରାଜ୍ୟରେ ବିଜେପି ଆଗୁଆ ରହିଛି। ଅନ୍ୟପଟେ କଂଗ୍ରେସ ଉଭୟ ରାଜ୍ୟରେ ପଛରେ ପଡ଼ିଛି।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବିଜେପି ୧୦୮ ଆସନରେ ଆଗୁଆ ଥିବାବେଳେ ଶିବସେନା ୬୯, କଂଗ୍ରେସ ୩୭, ଏନସିପି ୪୪ ଏବଂ ଅନ୍ୟାନ୍ୟ ୮ଟି ଆସନରେ ଆଗୁଆ ରହିଛନ୍ତି। ସେହିପରି ୯୦ ଆସନ ବିଶିଷ୍ଟ ହରିୟାଣାରେ ବିଜେପି ୫୦, କଂଗ୍ରେସ ୨୬, ଆଇଏନଏଲଡି ୩ ଏବଂ ଜେଜେପି ୮ ଓ ଅନ୍ୟାନ୍ୟ ୨ ଆସନରେ ଆଗୁଆ ରହିଛନ୍ତି।

Comments are closed.