ନଭେମ୍ବରରେ ରାମ ମନ୍ଦିର ନିର୍ମାଣ ହେବ: ସୁବ୍ରମଣ୍ୟମ ସ୍ବାମୀ

0

ନୂଆଦିଲ୍ଲୀ,୧୫ା୯: ଆସନ୍ତା ନଭେମ୍ବର ମାସରୁ ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଦାବି କରିଛନ୍ତି। ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ରାମ ଜନ୍ମଭୂମି ବାବ୍ରି ମସଜିଦ ବିବାଦର ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ରାୟ ନଭେମ୍ବର ସୁଦ୍ଧା ପ୍ରକାଶ ପାଇବ। ଆଉ ଏହି ରାୟ ରାମ ମନ୍ଦିର ସପକ୍ଷରେ ଆସିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଧାର୍ମିକ ସ୍ବାଧୀନତା ବ୍ୟକ୍ତିର ମୌଳିକ ଅଧିକାର। ଏହାକୁ କେହି ଛିନ୍ନ କରିପାରିବେ ନାହିଁ। ଭଗବାନ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନରେ ମନ୍ଦିର ତିଆରିକୁ ହଟାଯାଇପାରିବ ନାହିଁ। ଏହା ପୂର୍ବରୁ ଏନଡିଏ ସହଯୋଗୀ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କାଳରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କହିଥିଲେ।

Leave A Reply