ବିଜେପି ନେତାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ !

ଖୋର୍ଦ୍ଧା : ଦ୍ବିତୀୟ ପର୍ଯ୍ୟାୟ ସମେତ ଅବଶିଷ୍ଟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଥିବା ବେଳେ ଖୋର୍ଦ୍ଧାରେ  ଏକ ରାଜନୈତିକ ହିଂସା ଘଟିଯାଇଛି । ଖୋର୍ଦ୍ଧାରେ ଜଣେ ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ ହୋଇଛି । ମଣ୍ଡଳ ସଭାପତି ତଥା ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଦୁବୃର୍ତ୍ତମାନେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଛି । ନବୀନାବାଗରେ ଥିବା ବିଜେପି କାର୍ଯାଳୟ ନିକଟରେ ଦୁଇଜଣ ଦୁବୃର୍ତ୍ତ ବାଇକ୍ ରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଜଣାପଡିଛି।

Comments are closed.