ଭାରତ ବନ୍ଦ ପାଳନ ବେଳେ ବିଜେପି ନେତାଙ୍କ ସିଏଏ ସମର୍ଥନ ରାଲି, ଉଭୟ ଗୋଷ୍ଠୀ ମୁହାଁମୁହିଁ

ନୂଆଦିଲ୍ଲୀ: ଗୋଟିଏ ପଟରେ ସିଏଏ ଏବଂ ଏନଆରସି ବିରୋଧରେ ଜାଫରାବାଦରେ ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଆନ୍ଦୋଳନ ଚାଲୁଥିବା ବେଳେ ଅନ୍ୟପଟରେ ବିଜେପି ନେତା କପିଲ ମିଶ୍ରା ନିଜ କର୍ମୀଙ୍କ ସହ ସିଏଏ ସମର୍ଥନରେ ରାଲି ନେଇ ରାସ୍ତାକୁ ଓହ୍ଲାଇଥିଲେ। ମୌଜପୁର ମେଟ୍ରୋ ଷ୍ଟେସନ ନିକଟରେ ସିଏଏ ସମର୍ଥନରେ ପ୍ରଦର୍ଶନ ଜାରି ରହିଥିବା ବେଳେ ଉଭୟ ପକ୍ଷର କର୍ମୀଙ୍କ ମୁହାଁମୁହିଁ ହୋଇଥିଲେ। ଭୀମ ଆର୍ମିର ଆନ୍ଦୋଳନକାରୀଙ୍କ ଓ ସିଏଏ ସମର୍ଥନ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ଉଭୟ ଗୋଷ୍ଠୀର କର୍ମୀମାନେ ପରସ୍ପର ଉପରକୁ ପଥରମାଡ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଛକାପଞ୍ଝା ଲାଗି ରହିଛି।

ସୂଚନାଯୋଗ୍ୟ, ସହ ସିଏଏ ସମର୍ଥନରେ ରାଲିରେ ବାହାରିବା ପୂର୍ବରୁ କପିଲ ମିଶ୍ରା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଥିଲେ। ଦିନ ୩ଟାରେ ସିଏଏ ସମର୍ଥନ ରାଲି ବାହାରିବ। ସେଥିରେ ହଜାର ହଜାର ​‌ଲୋକ ଯୋଗ ଦେବାକୁ ସେ ଆମନ୍ତ୍ରିତ କରିଥିଲେ।

Comments are closed.