ବେଗୁସରାଇରେ ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ

ପାଟଣା . -ବିହାରର ଲୋକସଭା ଆସନ ବେଗୁସରାଇରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ଏହା ଏକ ନିର୍ବାଚନୀ ହିଂସା ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି । ମୃତ ନେତା ଜଣଙ୍କ ଏକ ପଞ୍ଚାୟତର ମୁଖ୍ୟଥିଲେ । ମୃତକ ଜଣଙ୍କ ପଙ୍କଜ ସିଂ ବୋଲି ଜଣା ପଡିଛି ।

ପଙ୍କଜଙ୍କ ମୃତଦେହ ତାଙ୍କ ଘର ନିକଟରେ ରକ୍ତ ଜୁଡୁବୁଡ ଅବସ୍ଥାରେ ପଡିଥିଲେ । ହାତୁଡି କିମ୍ବା କୌଣସି ଓଜନିଆ ଜିନିଷରେ ତାଙ୍କୁ ପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସେ ବେଗୁସରାଇର ଅମ୍ରାଉର କୀରତପୁରର ବାସିନ୍ଦା । ପ୍ରଥମେ ତାଙ୍କୁ ତାଙ୍କ ମାଆ ମୃତ ଅବସ୍ଥାରେ ଦେଖିଥିଲେ । ପରେ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା । ପୁଲିସ ମୃତ ଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

Comments are closed.