ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୦ତମ ଜନ୍ମ ଦିବସ : ବିଜେପି ପାଳୁଛି ସେବା ସପ୍ତାହ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି (ବିଜେପି) ସପ୍ତାହେ ବ୍ୟାପି ସେବା ସପ୍ତାହ ପାଳନ ଆରମ୍ଭ କରିଛି। ଆସନ୍ତା ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ। ସମଗ୍ର ଦେଶରେ ବିଜେପିର କର୍ମୀ ଓ ନେତାମାନେ ଏଥିପାଇଁ ଅନେକ ସାମାଜିକ କାର୍ଯ୍ୟ ହାତକୁ ନେଇଛନ୍ତି।

ଦଳର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ସ୍ଥିତ ଛପ୍ରଉଲି ଗ୍ରାମଠାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କ ଜୀବନର ପ୍ରାୟ ଅଧିକାଂଶ ସମୟ ଦେଶର ଜନସାଧାରଣଙ୍କ ସେବା ପାଇଁ ଉତ୍ସର୍ଗ କରି ଆସୁଛନ୍ତି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ।

Comments are closed.