ମମିତା ହତ୍ୟାକାଣ୍ଡ: ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ଡିସିପି ଅଫିସ୍‍ ଘେରାଉ

ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର, ଗିରଫ ସହ ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରରେ ଡ଼ିସିପି ଅଫିସ ଘେରାଉ କରାଯାଇଛି। ଆଜି ପୂର୍ବାହ୍ନରେ ଶତାଧିକ ସଂଖ୍ୟାରେ ଯୁବମୋର୍ଚ୍ଚା କର୍ମୀ ଭୁବନେଶ୍ୱର ବାଣୀବିହାର ଛକ ସ୍ଥିତ ଡିସିପି ଅଫିସ୍‍ ଘେରାଉ କରିଥିଲେ। ଆନ୍ଦୋଳନକାରୀ ମାନେ ବ୍ୟାରିକେଡ଼ ଡେଇଁ ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‍ ସେମାନଙ୍କୁ ଅଟକାଇଥିଲା। ଫଳରେ ପୁଲିସ୍‍ ଆନ୍ଦୋଳନକାରୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ମିଶ୍ର କ୍ଷମତାରେ ଥିବା ପର୍ଯ୍ୟନ୍ତ ଏହି ଘଟଣାର ନିରପେକ୍ଷ ତଦନ୍ତ ଅସମ୍ଭବ। ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରିବା ସହ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବୀରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଏହି ଘେରାଓ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯଥାଶୀଘ ବିହିତ ପଦକ୍ଷେପ ଗ୍ରହଣ ନକଲେ ଯୁବମୋର୍ଚ୍ଚା ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ସାମିଲ ହୋଇଥିବା ନେତୃବୃନ୍ଦ କହିଛନ୍ତି।

ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମୀରଂଜନ ମୁଦୁଲିଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଘେରାଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍‍ ଆଚାର୍ଯ୍ୟ, ଜିଲ୍ଲା ସଭାପତି ବାବୁ ସିଂ, ରାଷ୍ଟୀୟ ଉପସଭାପତି ଅର୍ପିତା ଅପରାଜିତା ବଡଜେନା, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ମନୋଜ ପଶ୍ଚିମକବାଟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ପଣ୍ଡା, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁନୀଲ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ଦିଲୀପ ବେହେରା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଯୁବମୋର୍ଚ୍ଚା ରାଜ୍ୟ ମିଡିଆ ସଂଯୋଜକ ସୁଜିତ ସାହୁ, ସୁନୀଲ ସ୍ୱାଇଁ, ଶିବାଶିଷ ମହାନ୍ତି, ଶୁଭକାନ୍ତ ସାହୁ, ପ୍ରତୀକ୍ଷା ଆଚାର୍ଯ୍ୟ, ଆଦର୍ଶ ପଟ୍ଟନାୟକ, ଅଜିତ ବିଶୋଇ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ସାମିଲ ହୋଇଥିଲେ। ଏଥିରେ ସାମିଲ ଶହ ଶହ କାର୍ଯ୍ୟକର୍ତାଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସର ଅତ୍ୟଧିକ ବଳପ୍ରୟୋଗ କାରଣରୁ ବହୁ କାର୍ଯ୍ୟକର୍ତା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଯୁବମୋର୍ଚ୍ଚା ସୂଚନା ଦେଇଛି।

Comments are closed.