ହରିୟାଣାରେ ବିଜେପି ସରକାର : ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ

ନୂଆଦିଲ୍ଲୀ : ଶେଷରେ ହରିୟାଣାରେ ବିଜେପି ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ଜେଜେପି ସମର୍ଥନରେ ଏଠାରେ ମେଣ୍ଟ ସରକାର ଗଠନ ହେବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହା ଘୋଷଣା କରିଛନ୍ତି । ୧୦ ଆସନରେ ବିଜୟୀ ହୋଇଥିବା ଜନନାୟକ ଜନତା ପାର୍ଟି ବା ଜେଜେପି ବିଜେପିକୁ ସମର୍ଥନ କରିବା ସହ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଛି । ଫଳରେ ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି।

ଶନିବାରଠାରୁ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ । ଶନିବାର ସକାଳ ୧୧ଟାରେ ଚଣ୍ଡୀଗଡ଼ରେ ବିଧାୟକ ଦଳ ବୈଠକ ବସିବ। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଅର୍ଥବନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମହାସଚିବ ଅରୁଣ ସିଂହ ଯୋଗଦେବେ। କାଲି ମଧ୍ୟ ବିଧାୟକ ଦଳ ନେତା ମନୋନୀତ ହେବେ।  ବିଜେପିର ହରିୟାଣା ପ୍ରଭାରୀ ଅନିଲ ଜୈନ କହିଛନ୍ତି ଯେ, ଏହା ପରେ ସରକାର ଗଠନ ପାଇଁ ତାଙ୍କ ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରିବ।

 

Comments are closed.