୧୨ ବିଧାୟକଙ୍କ ନିଲମ୍ବନ ପରେ ଗୃହ ବାହାରେ ଛାୟା କ୍ୟାବିନେଟ ଗଢିଲା ମହାରାଷ୍ଟ୍ର ବିଜେପି

ମହାରାଷ୍ଟ୍ର ବିଧାନସଭାର ୧୨ ଜଣ ଦଳୀୟ ବିଧାୟକଙ୍କ ନିଲମ୍ବନ ପରେ ବିରୋଧୀ ଦଳରେ ଥିବା ଭାରତୀୟ ଜନତା ପାର୍ଟି ଆଜି ଗୃହ ବାହାରେ ଛାୟା କ୍ୟାବିନେଟ୍ ଗଠନ କରି ଏହି ନିଲମ୍ବନକୁ ବିରୋଧ କରିଛି। ନିଲମ୍ବିତ ବିଧାୟକମାନେ ବିଧାନଭବନ ବାହାରେ ଏକ ସମାନ୍ତରାଳ ଅଧିବେଶନ କରିଥିଲେ। ବିରୋଧୀଦଳର ନେତା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ବିରୋଧୀ ତଥା ଗଣମାଧ୍ୟମକୁ ଚୁପ କରିବାକୁ ଚେଷ୍ଟା କରୁଥିବା ସରକାର ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ହୋଇପଡିଛି।

ଅନ୍ୟପକ୍ଷରେ ଶାସକ ଦଳର ସଦସ୍ୟମାନେ ବିଜେପି ଦ୍ୱାରା ଗୃହ ବାହାରେ ‘ସମାନ୍ତରାଳ ଅଧିବେଶନ’କୁ ବେଆଇନ ଏବଂ ଗୃହର ଅପମାନ ବୋଲି କହିଥିଲେ ଓ ଏହାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଥିଲେ। ଜାତୀୟତାବାଦୀ କଂଗ୍ରେସ ଦଳର ମନ୍ତ୍ରୀ ନବାବ ମଲିକ ଏବଂ ଅଧ୍ୟକ୍ଷ ଭାସ୍କର ଯାଦବ ବିଜେପି ବିଧାୟକମାନଙ୍କୁ ସେମାନଙ୍କର ‘ସମାନ୍ତରାଳ ଅଧିବେଶନ’ ପାଇଁ ମାଇକ୍ରୋଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି କି ବୋଲି ପ୍ରଶ୍ନ କରିଥିଲେ।

Comments are closed.