ଭାଜପା ଜିଲା କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିର : ରାଜ୍ୟ ବିଜେଡି ସରକାର ବିରୋଧରେ ନିନ୍ଦା ପ୍ରସ୍ତାବ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଭାଜପା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରମେଶ ଚନ୍ଦ୍ର ସାହୁ ଓ ଗୌରୀଶଙ୍କର ମାଝୀ, ବରିଷ୍ଠ ନେତା ଗଙ୍ଗାଧର ସାମନ୍ତରାୟ, ଝାଡ଼େଶ୍ୱର ଖାଡ଼ଙ୍ଗା ପ୍ରମୁଖ ମଞ୍ଚ।ସିନ ଥିଲେ ।

ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହ ପୂର୍ଣ୍ଣ । ଏଥିରେ ଦୋଷୀ ତଥା ଦୋଷୀଙ୍କ ପୃଷ୍ଟପୋଷକ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବା କାର୍ଯ୍ୟ ରାଜ୍ୟ ସରକାର କରୁଥିବା ମନେ ହୁଏ ଏହାକୁ ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ଘୋର ନିନ୍ଦା କରୁଛି। ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ନବରଙ୍ଗପୁର ଜିଲ୍ଲାର ପୂର୍ବ ଘୋଷିତ ଅନ୍ୟ ପଛୁଆ ବର୍ଗ ପାଇଁ ସଂରକ୍ଷିତ ଆସନଗୁଡିକୁ ସାଧାରଣ ବର୍ଗ ପାଇଁ ଘୋଷଣା କରିବା ଆନ୍ୟାୟ ବୋଲି ମନେ ହୁଏ । ଏହା ପ୍ରତ୍ୟାହାର କରିବା ପାଇଁ ଆମେ ଦାବି କରିଥିଲୁ । କେନ୍ଦ୍ର ସରକାର ବହୁବିଧ ଯୋଜନାରେ ପର୍ଯ୍ୟାପ୍ତ ଅର୍ଥ ରାଜ୍ୟକୁ ପ୍ରଦାନ କରୁଛନ୍ତି କିନ୍ତୁ ରାଜ୍ୟରେ ସରକାର ସମସ୍ତ ଯୋଜନାକୁ ନିଜ ନାମରେ ପ୍ରଚାର କରିବା ଅନୈତିକ କାର୍ଯ୍ୟ। ଏହାକୁ ଭାଜପା ଜିଲ୍ଲା କାର୍ଯ୍ୟକରାଣୀ ସଭାରେ ଘୋର ନିନ୍ଦା କରାଯାଇଥିଲା । କେନ୍ଦ୍ର ପ୍ରତି ଘୃଣାଭାବ ଲୋକଙ୍କ ମନରେ ଜାଗ୍ରତ କରାଇବା ଉଦ୍ୟମ ନିନ୍ଦନୀୟ । ଧାନ ଅମଳ ଆରମ୍ଭ ହୋଇଯାଇଥିବାବେଳେ ମଣ୍ଡିର ପର୍ଯ୍ୟାପ୍ତ ବ୍ୟବସ୍ଥା ନକରି କେନ୍ଦ୍ର ବିରୋଧରେ ମିଛ ଅଭିଯୋଗ କରିବା ଏକ କୁତ୍ସିତ ରାଜନୀତି । କେନ୍ଦ୍ର ସରକାର ଜୟପୁର -ନବରଙ୍ଗପୁର ରେଳ ସଂଯୋଗ ପାଇଁ ପ୍ରତିବର୍ଷ ଅର୍ଥାନୁଦାନ କରୁଛନ୍ତି । ରାଜ୍ୟସରକାର ଜମି ଅଧିଗ୍ରହଣ କାର୍ଯ୍ୟ ନ କରି କେନ୍ଦ୍ରର ଜନାଭିମୁଖୀ ବିକାଶ ପ୍ରତିକ୍ରିୟାରେ ବାଧା ସୃ​ଷ୍ଟି କରିବା ହିନ ପ୍ରୟାସର ଏକ ଜ୍ଵଳନ୍ତ ଉଦାହରଣ । କେନ୍ଦ୍ର  ସହଯୋଗ କରି ଓଡିଶାର ଉନ୍ନତି ପାଇଁ ରାଜ୍ୟ ନିଜର ଦାୟିତ୍ଵ ସମ୍ପାଦନ କରୁ । ରାଜ୍ୟରେ ନାରୀ ନିର୍ଯ୍ୟାତନା ଏକ ଦୈନଦିନ ଘଟଣା ହୋଇଥିଲେ ହେଁ ବିଜେଡି ଓ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେବାଭଳି ମନେହେଉଛି । ଗାଁ ର ସମ୍ମାନ କଥା କହି ନବୀନ ସରକାର ଦେଶର ନାରି ଶକ୍ତିକୁ ଲାଞ୍ଚିତ କରିଚାଲିଛି । ବିଜେଡିର ମହିଳାଙ୍କ ପାଇଁ ସଂରକ୍ଷଣ ନାରା କେବଳ ଏକ ଧୂଆଁବାଣ । ବିଜେଡି ମହିଳାଙ୍କ ଯଥେଷ୍ଟ ସଂଖ୍ୟକ ଟିକଟ ଦେବ କି ବୋଲି ପ୍ରଶ୍ନ କରିଥିଲେ ।
ନବୀନ ବାବୁ ଦୁଇ ଦଶନ୍ଧିର ଶାସନରେ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ଭୁଷୁଡି ଯାଇଥିବାବେଳେ ସ୍କୁଲର ଦଦରା କାନ୍ଥରେରଙ୍ଗ ଲଗାଇ ଅର୍ଥ ଆତ୍ମସାତ କରିଦେଲେ ସ୍କୁଲରେ  ପାଠ ହୋଇଯାଏ କି ? ଡିସେମ୍ବର ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ଧାନ ମଣ୍ଡିକୁ ୨୧ ତାରିଖକୁ ଘୁଞ୍ଚାଇ ଦକ୍ଷିଣ ଓଡିଶାର ଚାଷୀଙ୍କୁ ଚାତକ ବନାଇଛନ୍ତି ନବୀନ ସରକାର । ଅବିଭକ୍ତ କୋରାପୁଟ ଜିଲ୍ଲା ରେ ଧାନ ଅମଳ ଆଗୁଆ ହୋଇଥାଏ, ଏହା କ’ଣ ନବୀନ ବାବୁଙ୍କ ଜ୍ଞାନରେ ଅଛି । ମକା କ୍ରୟ ପାଇଁ ଏ ଅଞ୍ଚଳରେ ଚାଷୀ ଦାବି କରୁଥିବା ବେଳେ ଏଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା ନ କରି ମୁଖର୍ର୍ତା ପରିଚୟ ଦେଇ ନାହାନ୍ତି କି ? ନବରଙ୍ଗପୁର ଜିଲ୍ଲାକୁ ନୀତିଆୟୋଗର ବିଶ୍ଳେଷଣରେ ଦେଶର ଦରିଦ୍ରତମ ଜିଲ୍ଲାଭାବରେ ଉଲ୍ଲେଖ କରାଯାଇଛି । ସ୍ବତନ୍ତ୍ର ଜିଲ୍ଲାମାନ୍ୟତା ପାଇବାର ୨୮ ବର୍ଷ ମଧ୍ୟରୁ ଦୀର୍ଘ ୨୧ ବର୍ଷ ନବୀନ ବାବୁଙ୍କ ସରକାର ଅଧିନରେ ଏହା ଏକ ନକାରତ୍ମକ ଉପଲବ୍ଧି ନୁହେଁ କି । ତଥାପି ଏକ ନମ୍ବର ଡିଣ୍ଡିମ ପିଟୁଥିବା ନବୀନ ବାବୁ କେତେବେଳେ କୋଟିଆକୁ ହାତ ଛଡା କରିଦେବେ, କିଏ ଜାଣେ । କୋଟିଆ ଏକ ଇଲାକା ଓଡିଶାରେ ରହି ସଢୁଛି ଏହା ବିଜେଡି ମୁଖ ଜାଣିଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲାକୁ କେନ୍ଦ୍ର ସରକାର ଏକ ଆକାଂକ୍ଷିତ ଜିଲ୍ଲା ତାଲିକାରେ ରଖି ବିବିଧ ବିକାଶ ମୂଳକ ଯୋଜନାକୁ କୋଟି କୋଟି ଟଙ୍କା ସିଧାସଳଖ ଦେଉଥିବା ବେଳେ ତାହା ଦଳୀୟ କର୍ମୀଙ୍କ ବ୍ୟକ୍ତିଗତ ହାତପାଣ୍ଠି ଭଳି ବ୍ୟବହାର କରାଯାଉଛି । ନବରଙ୍କପୁର ଜିଲ୍ଲାର ଉମରକୋଟ ଠାରେ ମକା ଆଧାରିତ ଏକ ବ୍ୟୟବହୁଳ ଇଥାନଲ୍ କାରଖାନକୁ ମଞ୍ଜୁରୀ ବେଳେ ଜିଲ୍ଲାକୁ ଶିଳ୍ପ ବିକାଶ ନେବା ଉଦ୍ୟମ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଏଥି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନଙ୍କ ସମେତ କେନ୍ଦ୍ରର ମୋଦୀ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ନବରଙ୍ଗପୁର ଭଳି ଏକ ଉପାନ୍ତ ଅଞ୍ଚଳରେ ଏକ ଅତି ବିଶିଷ୍ଟ ବିଶେଷଜ୍ଞ ଯୁକ୍ତ ସୁପର ସ୍ପେସାଲିଷ୍ଟ ଚିକିତ୍ସାଳୟ ପ୍ରତିଷ୍ଠା କରି ଏହାର ଅଞ୍ଚଳରେ ଗରିବଙ୍କୁ ବିଶେଷଜ୍ଞ ଚିକିତ୍ସା ଯୋଗାଇ ଦେବାକୁ ଦାବି କରାଯାଇଛି ।

Comments are closed.