ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଦେବଗଡ : ଦେଶର ସୁରକ୍ଷା ନିମନ୍ତେ ଲଦାଖ ଗଲୱାନ ଘାଟିରେ ପ୍ରାଣବଳି ଦେଇଥିବା ୨ ଓଡିଆ ବୀର ଯବାନଙ୍କୁ ଆଜି ଦେବଗଡ ଜିଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସମୁହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ସଂଧ୍ୟାରେ ଦେବଗଡ ଜିଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ ଭୁତିଆ ଓ ନଗର ମଣ୍ଡଳ ସଭାପତି ସୁରଜ ଘଡେଇଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ତାପସ ମହାପାତ୍ର, ସୌମ୍ୟରଞ୍ଜନ ନାୟକ, ସଚ୍ଚିନ ସାହୁ, ସାଗର ସାହୁ, ଜଗନ୍ନଥା ବେହେରା, ମକରଧ୍ୱଜ ହସ୍ତୀ, ବସନ୍ତ ନାୟକ,ମାନଭଞ୍ଜନ ଫଦକାର, ଲମ୍ବୋଦର ସାହୁ, ସୀତିକାନ୍ତ ମହାପାତ୍ର, ଅଟଳ ବେହେରା, ସୌରଭ ଦେବ, ସିପୁନ ଯାଦବ ଓ ଚିନୁ ସ୍ୱାଇଁଙ୍କ ସମେତ ବହୁ ଯୁବ ମୋର୍ଚ୍ଚା କର୍ମୀ ସ୍ଥାନୀୟ ଗୋପାଳଜୀ ମନ୍ଦିର ପଡିଆରେ ଏକତ୍ରିତ ହୋଇ ୨ ଓଡିଆ ବୀର ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ସହିଦ ନନ୍ଦୁରାମ ସୋରେନଙ୍କ ଫଟୋ ଚିତ୍ର ସମ୍ମୂଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସେମାନେ ଚୀନ ସେନାର ବର୍ବରୋଚିତ କାଣ୍ଡକୁ ଦୃଢ ନିନ୍ଦା କରିବା ସହ ଚୀନ ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇଥିଲେ।

Comments are closed.