ଧାନ କ୍ରୟ ଅବ୍ୟବସ୍ଥା ବିରୋଧରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେପିର ଧାରଣା

ଟିଟିଲାଗଡ : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡିରହିଥିବା ବେଳେ କ୍ରୟ କରାଯାଇନାହିଁ। ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ବରିଷ୍ଠ ବିଜେପି ନେତା ଅଶୋକ ଦୋରାଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲା ସଭାପତି ଶିବାଜି ମହାନ୍ତି, ଟିଟିଲାଗଡ ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ, ସାଂସଦ ପ୍ରତିନିଧି ମୁକେଶ ଜୈନ, ଲକ୍ଷ୍ମଣ ବାଗ, ଶୁଭ୍ରାଂଶୁ ଦାଶ, ସୁନିଲ ଆଚାର୍ଯ୍ୟ, ନରସିଂହ ସିଂ, ଜିଲା ପରିଷଦ ସଭ୍ୟ ଦିଲୀପ ଖର୍ସେଲ, ମିଡ଼ିଆ ପ୍ରଭାରୀ ଆଲୋକ ନାୟକଙ୍କ ସମେତ ଶତାଧିକ ନେତା କର୍ମୀ ଉପସ୍ଥିତ।

Comments are closed.