ରାଜଧାନୀ ରାସ୍ତା ମରାମତି ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେପି; ବାବୁ ସିଂହଙ୍କ ନେତୃତ୍ବରେ ବିକ୍ଷୋଭ

ଭୁବନେଶ୍ୱର: ସ୍ମାର୍ଟ ସିଟି ରାସ୍ତାକୁ ନେଇ ଗର୍ଜିଛି ବିଜେପି । ଦଳର ନେତା ବାବୁ ସିଂହଙ୍କ ନେତୃତ୍ବରେ କର୍ମୀମାନେ ରାସ୍ତାରେ ଶୋଭାଯାତ୍ରା କରିବା ସହ ତୁରନ୍ତ ରାସ୍ତା ମରାମତି ଦାବି କରିଛନ୍ତି । ଦଳ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ କାମବାହାନାରେ ଦିନ ଦିନ ଧରି ଏମିତି ରାସ୍ତାକୁ ଖୋଳି ଦେଉଛି ପ୍ରଶାସନ। ମୁଖ୍ୟରାସ୍ତା ଜନପଥଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ଅନେକ ସମୟରେ ଦୁର୍ଘଟଣାର ଶିକାରହେଉଛନ୍ତି ରାଜଧାନୀବାସୀ। ନିର୍ମାଣକାର୍ଯ୍ୟ ଆଳରେ ଭୁବନେଶ୍ୱରର ବିଭିନ୍ନସ୍ଥାନରେ ରାସ୍ତାଗୁଡିକୁ ଖୋଳି ଅନେକ ଦିନ ଧରିସରକାର ପକେଇ ରଖିଛନ୍ତି । ଏହା ଦ୍ୱାରା ଗମନାଗମନରେ ବାଧା ସୃଷ୍ଟିହେବା ସହ ବାୟୁ ପ୍ରଦୂଷଣ କରୁଛିା ମାତ୍ର ଏଥିପ୍ରତିସରକାର ଦୃଷ୍ଟି ଦେଉନାହାଁନ୍ତି। ଏହା ଦ୍ୱାରାବଡ ଦୃର୍ଘଟଣାକୁଏଡାଇ ଦିଆଯାଇ ପାରିବ ନାହିଁ। ଯଦି ରାଜ୍ୟର ରାଜଧାନୀର ରାସ୍ତାଘାଟରଏଭଳି ଦୁରାବସ୍ଥା, ତାହେଲେରାଜ୍ୟର ଦୂର ଦୁରାନ୍ତ ଅଂଚଳର ସ୍ଥିତି କଥା କହିବା ହାସ୍ୟାସ୍ପଦ।
ଭୁବନେଶ୍ୱରଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୂନାମାଗେଟ ଦୁର୍ଗାମଣ୍ଡପଠାରୁ ଡାକବଙ୍ଗଳା ଛକ, ନାରାୟଣୀକ୍ଲବ, ଆନିହାଉସ ଛକ, ଭୀମଟାଙ୍ଗି, ଭୀମକୁଣ୍ଡମନ୍ଦିର ପର୍ଯ୍ୟନ୍ତ ଯାହାକି ନବୀନ ନିବାସଠାରୁ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ। ଦୁର୍ଭାଗ୍ୟର କଥା, ଏହି ରାସ୍ତା ବିଗତ ୬ମାସ ଧରି ଅବହେଳିତଏବଂ ଅବ୍ୟବସ୍ଥାରେ ଅଛି। ଏହାରତୁରନ୍ତ ସମାଧାନ କରିବା ଦାବିରେ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ଲିଙ୍ଗରାଜ ମଣ୍ଡଳ ତରଫରୁ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପଦଯାତ୍ରା ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଥିଲା। ସ୍ମାର୍ଟସିଟି ବୋଲାଉଥିବା ରାଜଧାନୀର ରାସ୍ତାଘାଟର ସ୍ଥିତି ଅତ୍ୟନ୍ତ ଦୟନୀୟ। ଯଦି ଏହାର ସମାଧାନ କରାନଯାଏ ତେବେଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବବୋଲି ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁସିଂ ଚେତାବନୀ ଦେଇଛନ୍ତି। ଖଣ୍ଡଗିରି ମଣ୍ଡଳ ସଭାପତି ରାମଚନ୍ଦ୍ରରଣସିଂହ, ରାଜାରାଣୀ ମଣ୍ଡଳସଭାପତି ଅମରଜ୍ୟୋତି ଜଗଦେବ, ଯୁବମୋର୍ଚ୍ଚାସଭାପତି ଅଭିଷେକ ଆଚାର୍ଯ୍ୟ, ଶିବବେହେରା, ସୁଭାସିନୀ ପୃଷ୍ଟି, ତୃପ୍ତିମକଦ୍ଦମ, ମନୋଜ ପାତ୍ର, ତାପସ ଦଳେଇ, କାର୍ତିକସୁନ୍ଦରାଏ, ରଶ୍ମିରଞ୍ଜନ ମୁଦୁଲି, ମନୋଜ ପଶ୍ଚିମକବାଟ, ଶତରୂପାମିଶ୍ର, ଇଦିସ ଭୁଇଆଁ, ରଜନୀବାଳା ଦାସ, ସୁମିତ୍ରା ଆଚାର୍ଯ୍ୟଙ୍କ ସହିତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।