ଆବାସ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ; ତଦନ୍ତ ନେଇ ବାଙ୍କୀ ବିଜେପିର ଦାବି ପତ୍ର ପ୍ରଦାନ

ବାଙ୍କୀ : ବିଜେପି ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର କାର୍ଯ୍ୟକାରୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱରେ ଆଜି ବାଙ୍କୀ ଓ ଡମପଡା ବ୍ଲକର ବିଡିଓଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଦାବି ପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରାଷ୍ଟ୍ରୀୟ ସ୍ତରରେ ଏକ ଜନ କଲ୍ୟାଣକାରୀ ଯୋଜନା ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ପ୍ରକଳ୍ପ ବୋଲି କୁହାଯାଏ। ୨୦୨୨ ସୁଦ୍ଧା ପ୍ରତ୍ୟେକ ଲୋକଙ୍କୁ ପକ୍କା ଛାତ ଘର ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ। ମାତ୍ର କେତେକ ରାଜନୈତିକ ନେତା ଓ ବାହୁବଳୀ ସରପଞ୍ଚଙ୍କ ଦ୍ଵାରା ଅର୍ଥର ତୋଷାରପାତ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ୨୦୧୯ ମସିହାରେ ଯେଉଁ ଜିଓ ଟ୍ୟାଗ ଓ ଘର ଘର ସର୍ବେକ୍ଷଣ କରାଯାଇଥିଲା ସେଥିରେ ରାଜନୈତିକ ଉଦ୍ଦେଶ୍ୟ କାରଣରୁ ତ୍ରୁଟି ଥିଲା ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଶାସକ ଦଳର ବଡ଼ପଣ୍ଡାଙ୍କ ପ୍ରଭାବରେ ତାଲିକା ଭୁକ୍ତ ହୋଇଥିଲା ଏବଂ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ ପଡିଥିଲା। ଏହି ଘଟଣା ନେଇ  ଅକ୍ଟୋବର ୨୦୧୯ରେ ରାଜ୍ୟ ବିଜେପି ସମଗ୍ର ରାଜ୍ୟରେ ଏହାର ପ୍ରମାଣ ସହ ପ୍ରତିବାଦ କରିଥିଲା ଅନୁରୂପ ଭାବେ ବାଙ୍କୀରେ ମଧ୍ୟ ଶ୍ରୀ ପାଢ଼ୀ ପ୍ରତିବାଦ କରିଥିଲେ। ଏହା ପରେ ସରକାର ପ୍ରତ୍ୟେକ ବ୍ଲକରେ ଏକ ଅଭିଯୋଗ ବକ୍ସ ରଖାଯିବ ସେଥିରେ ଯୋଗ୍ୟ ହିତାଧିକାରୀ ପ୍ରମାଣ ସହ ଆବେଦନ ପତ୍ର ପକାଇବା ପାଇଁ କହିଥିଲେ ବ୍ଲକରେ ଅଭିଯୋଗ ବକ୍ସ ବସିଲା ମାତ୍ର ୨୦୨୦ରୁ ଆଜି ପର୍ଯ୍ୟନ୍ତ ସେ ଆବେଦନ ପତ୍ର ବ୍ଲକ କର୍ତ୍ତୃପକ୍ଷ ଥରେ ହେଲେ ଖୋଲିନାହାନ୍ତି। କିନ୍ତୁ ପୁରୁଣା ତ୍ରୁଟି ତାଲିକା ଅନୁଯାୟୀ ଅଯୋଗ୍ୟ ହିତାଧିକାରୀଙ୍କୁ ରାଜନୈତିକ ନେତାଙ୍କ ଚାପରେ କାର୍ଯ୍ୟାଦେଶ ଦେବା ଷଡ଼ଯନ୍ତ୍ର ଆରମ୍ଭ ହୋଇଥିବା ବାସ୍ତବିକ ଚିନ୍ତାର ବିଷୟ। ଏହି ପ୍ରକ୍ରିୟାକୁ ବନ୍ଦ କରି ନିରପେକ୍ଷ ଭାବେ ଘର ଘର ବୁଲି ସର୍ଭେ କରିବାକୁ ଓ ଆବେଦନ କାରୀଙ୍କ ଆବେଦନ ପତ୍ର ଯାଞ୍ଚ କରିବାକୁ ଶ୍ରୀ ପାଢ଼ୀ ଆଜି ଉଭୟ ବ୍ଲକର ବିଡିଓଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହ ବାଙ୍କୀର ଉଭୟ ବ୍ଲକରେ ଅଯୋଗ୍ୟ ହିତାଧିକାରୀଙ୍କ ଗୁହାଳ ଘରକୁ ଜିଓ ଟ୍ୟାଗ କରି ଅର୍ଥ କାରବାର ହୋଇ ତାଲିକା ଭୁକ୍ତ କରାଯାଇଛି, ଅନେକ ବ୍ୟକ୍ତିଙ୍କ ଗୃହରେ ପାଇଖାନା, ରୋଷେଇ ଘର, ମେଜିଆ, ପ୍ଲାସ୍ଟରିଂ, ରଙ୍ଗ କାର୍ଯ୍ୟ ନହୋଇ ସେମାନଙ୍କ ବିଲ ପାସ ହୋଇଛି ତାହା ତଦନ୍ତ ସାପେକ୍ଷ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ୯୦ ଶ୍ରମ ଦିବସ ନିଶ୍ଚିତ କର୍ମ ନିଯୁକ୍ତି ମଜୁରୀ ଆଜି ପର୍ଯ୍ୟନ୍ତ କୌଣସି ହିତାଧିକାରୀଙ୍କୁ ଦିଆ ଯାଇନାହିଁ ଘର ଗୁଡ଼ିକ ଅନେକ ନିମ୍ନ ମାନର ହୋଇଛି। କେନ୍ଦ୍ର ସରକାର ଅପ୍ରେଲ ୨୦୨୧ରେ ଏହିପରି ଦୁର୍ନୀତି ତଦନ୍ତ ପାଇଁ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିଥିଲେ ଓ ଶ୍ରୀ ପାଢ଼ୀ ଏ ସମ୍ପର୍କରେ ଉଭୟ ବ୍ଲକ ବିଡିଓ ଙ୍କୁ ଜଣାଇଥିଲେ ବି କାହା ଚାପରେ ଉକ୍ତ କାର୍ଯ୍ୟ ଅଜି ପର୍ଯ୍ୟନ୍ତ ବାଙ୍କୀ ର ଦୁଇ ଗୋଟି ବ୍ଲକରେ ହୋଇନାହିଁ ତାହା ଚିନ୍ତାର ବିଷୟ । ଯେଉଁ ବ୍ୟକ୍ତି କି ଅଫିସର ଏହି ଦୁର୍ନୀତିରେ ସଂପୃକ୍ତ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ଦଣ୍ଡ ପ୍ରଦାନ ପାଇଁ ଆଜି ବାଙ୍କୀ ବିଜେପି ଉଭୟ ବ୍ଲକରେ ଦାବି କରିଥିଲା। ପ୍ରଥମେ  ଶ୍ରୀ ପାଢ଼ୀ ବିଜେପିର କର୍ମକର୍ତ୍ତା ଓ କର୍ମୀଙ୍କ ସହ ଡମପଡା ବ୍ଲକକୁ ଯାଇ ସେଠାରେ ଡମପଡାବ୍ଲକର ଦୁର୍ନୀତି ସମ୍ପର୍କରେ ସୂଚନା ଦେବା ସହ କୁସୁପଙ୍ଗି ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ହରିଲୁଟ ହୋଇଥିବା ସହିତ ସରପଞ୍ଚଙ୍କ ପରିବାର ଲୋକେ ଜବ୍ କାର୍ଡ଼ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଉଠାଣ କରିଥିବା ସମ୍ପର୍କରେ ଶ୍ରୀ ପାଢ଼ୀ ଅଭିଯୋଗ କରିଥିଲେ। ସେହିପରି ଗୋବିନ୍ଦପୁର ପଞ୍ଚାୟତ କୁସୁନ୍ଦl ମହାଦେବ ମନ୍ଦିର ପୋଖରୀରେ ଜୁଲାଇ ମାସ ରେ ମେସିନ ସାହାଯ୍ୟରେ ଖନନ ଜୁନ ୧୫ପର ଠାରୁ ପୋଖରୀ ଖନନ ରାଜ୍ୟ ସରକାର ବନ୍ଦ କରିଥିବା ବେଳେ ଏହା କିପରି ଖନନ ହେଉଛି ଓ ସେଥିରେ ଦୁର୍ନୀତିର ଗନ୍ଧ ବାରି ହେଉଥିବା ପ୍ରସଙ୍ଗ ସମ୍ପର୍କରେ ଡମପଡା ବିଡିଓ ଆର୍ତ୍ତବନ୍ଧୁ ଲେଙ୍କାଙ୍କୁ ପ୍ରଶ୍ନ ପଚାରିବା ସହ ରୁର୍ବାନ ଯୋଜନାରେ ୫ଗୋଟି କି କି କାର୍ଯ୍ୟ ହୋଇଛି ସେଥିରେ ଦୁର୍ନୀତିର ଗନ୍ଧ ବାରି ହେଉଅଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ର ତଦନ୍ତ ପାଇଁ ଦାବି ପତ୍ର ବିଡିଓ ଶ୍ରୀ ଲେଙ୍କାଙ୍କୁ ପ୍ରଦାନ କରିଥିଲେ। ଶ୍ରୀ ଲେଙ୍କା ଏହାର ତଦନ୍ତ ସହ ଯୋଗ୍ୟ ହିତାଧିକାରୀ ଙ୍କୁ କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଘର ପାଇବେ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଉଭୟ ବ୍ଲକ ର ବିଡିଓ ଙ୍କୁ ଆଜି ବାଙ୍କୀ ବିଜେପି ପକ୍ଷରୁ କୋଭିଡ ନିୟମ ଅନୁଯାୟୀ ଶ୍ରୀ ପାଢ଼ୀ ଦାବି ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଉଭୟ ବ୍ଲକ ର ମଣ୍ଡଳ ସଭାପତି ଓ କର୍ମକର୍ତ୍ତା ପ୍ରସନ୍ନ ସ୍ବାଇଁ, ବିନୋଦ ଦାସ,ସୁଶାନ୍ତ ଭଟ୍ଟ,ବିପ୍ରବର ଲେଙ୍କା,ହେମନ୍ତ ଜେନା, ବିଷ୍ଣୁ ରଣା,ନିରୋଜ କୁମାର ସ୍ୱାଇଁ,ଝୁମା ନାୟକ, ଲଷ୍ମୀଧର ବେହେରା, କମଳା କାନ୍ତ ପହରାଜ, ଉତ୍କଳ ମନ୍ତ୍ରୀ, ମେଘବଳା ସ୍ବାଇଁ, ସଂଗ୍ରାମ ବିଭୁତି ରାୟ, ରାଧା ମଣୀ ଜେନା, ମମତା ମହାପାତ୍ରଙ୍କ ସମିତ ବହୁ ବିଜେପି କର୍ମକର୍ତ୍ତା କୋଭିଡ ନିୟମ ଅନୁଯାୟୀ ଉପସ୍ଥିତ ଥିଲେ।

Comments are closed.