ନିଖୋଜ ଶିକ୍ଷୟତ୍ରୀ ମମିତା ମାମଲା ନେଇ ବିଜେପିର ହଙ୍ଗାମା

ଟିଟିଲାଗଡ଼ :  ସୋମବାର ରାତ୍ରିରେ ବିଜେପି ନେତା ଟିଟିଲାଗଡ଼ ଥାନାକୁ ଘେରିଛନ୍ତି। ଥାନାରେ ଥିବା ବଲାଙ୍ଗୀର ଜିଲା ପୁଲିସ ଅଧିକ୍ଷକଙ୍କ ସମ୍ମୁଖରେ ପ୍ରତିବାଦ କରିଛନ୍ତି, ରିପୋର୍ଟ ଲେଖା ଯିବା ବେଳକୁ ବିଜେପି ନେତା ଏବଂ ଜିଲା ପୁଲିସ ଅଧିକ୍ଷକଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। କଲାହାଣ୍ଡି ଜିଲ୍ଲା ନିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଉପ ସଭାପତି ଅଜୟ ପାଣିଗ୍ରାହୀ,  ଜିଲା ପରିଷଦ ଅଧ୍ୟକ୍ଷା ନମିତା ସାହୁ, ରାଜ୍ୟ ସମ୍ପାଦିକା ସନ୍ତୋଷିନୀ ନାଗ, ବଲାଙ୍ଗୀର ଜିଲା ବିଜେପି ସାଧାରଣ ସମ୍ପାଦକ ମୁକେଶ ଜୈନ, ଜିଲା ମିଡ଼ିଆ ପ୍ରଭାରୀ ଆଲୋକ ନାୟକ, ସୁରେଶ ଭୋଇ, ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ଗୁଳାବ ସୋନି, ନଗର ସମ୍ପାଦକ କୁନା ଭାଟି, ବିପିନ ଠାକୁର, ବଦ୍ରି ପଟ୍ଟନାୟକ, ବସନ୍ତ ପୁରୋହିତ, ଜୟ ଶଙ୍କର ନାୟକ, କାଳୀ ପ୍ରସାଦ ରାୟଗୁରୁ, ଆଶିଷ ପଣ୍ଡା, ପିୟୁଷ ଗୋୟଲ ପ୍ରମୁଖ ନିଖୋଜ ମମିତା ମେହେରଙ୍କ ବ୍ୟାନର ସହ ଥାନା ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି, ଟିଟିଲାଗଡ଼ ଥାନାରୁ ଫେରାର ଅଭିଯୁକ୍ତ ଗୋବିନ୍ଦଙ୍କ ତଲାସ ଏବଂ ଶିକ୍ଷୟତ୍ରୀ ଙ୍କ ସନ୍ଧାନ ପାଇଁ ବିଜେପି ଦାବି କରିଛି ।

Comments are closed.