ଧରମବନ୍ଧା ମଣ୍ଡିରେ ପଡ଼ିରହିଛି ୧୫୦୦ କ୍ୱିଣ୍ଟାଲ ଧାନ : ବସନ୍ତ ପଣ୍ଡା

0

ନୂଆପଡ଼ା : ନୂଆପଡ଼ା ଜିଲାରେ ଧାନକିଣା ଆରମ୍ଭଠାରୁ ବିଭିନ୍ନ ସମସ୍ୟା ଲାଗିରହିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଥିବାବେଳେ ମିର୍ଲସମାନେ ମଣ୍ଡିକୁ ଆସୁନଥିବାରୁ ଚାଷୀମାନେ ପ୍ରବଳ ଥଣ୍ଡାରେ ରାତ୍ରରେ ଧାନ ଜଗିଛନ୍ତି। ଏହି ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଚାଷୀମାନେ ଦାବୀ କରିଛନ୍ତି। ପ୍ରକାଶ ଯେ ଆଜି ନୂଆପଡ଼ା ବ୍ଳକ ଧରମବନ୍ଧା ମଣ୍ଡିରେ ୩୦ ଜଣ ଚାଷୀଙ୍କ ୧୫ଶହ କ୍ୱିଣ୍ଟାଲ ଧାନ ପଡିରହିଛି। ଧାନ କିଣିବା ପାଇଁ ଯୋଗାଣ ବିଭାଗ ଶ୍ରୀକୃର୍ଷ୍ଣ ରାଇସ ମିଲ୍‍କୁ ଧାନ ଉଠାଇବା ପାଇଁ ନିର୍ଦେଶ ଦେଇଛନ୍ତି। କିନ୍ତୁ ମିଲର୍ସ ମଣ୍ଡିକୁ ଆସୁନଥିବାରୁ ସେଥିପାଇଁ ମଣ୍ଡିରେ ଧାନ ପଡି ରହିଛି। ଏହା ଉପରେ ଏଆରସିଏସ ଲିଙ୍ଗରାଜ ନାଏକଙ୍କୁ ପଚାରିବାରୁ ଆସନ୍ତାକାଲି ଧରମବନ୍ଧା ମଣ୍ଡିରୁ ସମସ୍ତ ଧାନ ଉଠାଯିବ ବୋଲି କହିଛନ୍ତି। ଧରମବନ୍ଧା ମଣ୍ଡିରେ ଧାନ ପଡିଥିବା ଖବର ପାଇଁ ନୂଆପଡ଼ା ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ମଣ୍ଡିକୁ ପହଞ୍ଚିଥିଲେ। ଚାଷୀମାନେ ମଣ୍ଡିକୁ ଆଣିଥିବା ଧାନକୁ ଏଫଏକ୍ୟୁ ଧାନ କି ନାର୍ହିଁ ଦେଖିଥିଲେ। ପରେ ନୂଆପଡ଼ା ଯୋଗାଣ ଅଧିକାରୀଙ୍କୁ ଫୋନ କରି କରି ଧରମବନ୍ଧା ମଣ୍ଡିଉପରେ ପଚାରି ବୁଝିଥିଲେ।

Leave A Reply